-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ସୁଭଦ୍ରା ଯୋଜନା କର୍ମଶାଳାରେ ସରପଞ୍ଚଙ୍କୁ ଦୁର୍ବ୍ୟବହାର କଲେ ବିଡ଼ିଓ,ଦାରିଙ୍ଗବାଡି ସରପଞ୍ଚ ସଂଘ ପକ୍ଷରୁଦୃଢ଼ ପ୍ରତିବାଦ

02-Sep-2024



କନ୍ଧମାଳ/ଦାରିଙ୍ଗବାଡି(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ): କନ୍ଧମାଳ ଜିଲ୍ଲାରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମିଳୁନି ଉଚିତ୍ ସମ୍ମାନ । ଜିଲ୍ଲାର ବିଭିର୍ଣ୍ଣ ଅଂଚଳରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ମାନେ ବିଭିନ୍ନ ସମୟରେ  ନିର୍ବାଚିତ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରୁଥିବାର ବହୁ ନଜିର ଥିବା ଦେଖିବାକୁ ମିଳୁଛି | ହେଲେ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଓଡିଶାର ଦ୍ୱିତୀୟ କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକରେ | ଦାରିଙ୍ଗବାଡି ବ୍ଲକର ନିର୍ବାଚିତ ପ୍ରତିନିଧୂ ମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ବିଡ଼ିଓଙ୍କ ନାମରେ ଗୁରୁତର ଅଭିଯୋଗଆଣିଛନ୍ତି |  ଦାରିଙ୍ଗବାଡି ବ୍ଳକର ବିଡ଼ିଓ ଗଦାଧର ପାତ୍ର ଏକ ବୈଠକରେ ସରପଞ୍ଚ ମାନଙ୍କୁ ଦୁର୍ବ୍ଯବହାର କରିଥିବା ନେଇ ଦାରିଙ୍ଗବାଡି ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ ହୋଇଛି  | ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ବିଡିଓ l ଶାନ୍ତିଶୃଙ୍ଖଳାର ସହ ସରକାରଙ୍କ ଯୋଜନା ଉପରେ ଯିଏ ଶୁଣିବାକୁ ଚାଁହୁ ନାହାନ୍ତି କି ଯୋଜନା ସମ୍ପର୍କରେ ଜାଣିବାକୁ ଚାହୁଁନାହାନ୍ତି, ତାହାଲେ ସେମାନେ ବାହାରକୁ ଯାଇ ପାରିବ ବୋଲି କହିଥିବା ବିଡ଼ିଓ ଶ୍ରୀ ଗଦାଧର ସ୍ବୀକାର କରିଛନ୍ତି | ସୂଚନା ପ୍ରକାରେ, ଶନିବାର ଦିନ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ସୁଭଦ୍ରା ଓ ପିଏମ ବିଶ୍ବକର୍ମା ଯୋଜନା ସଂପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ମଧ୍ୟ ଉପସ୍ଥିତି ଥିଲେ ସୁଭଦ୍ରା ଯୋଜନା ସଂପର୍କୀତ କେତେକ ପ୍ରଶ୍ନ ବାଡ଼ାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ  ବିଡ଼ିଓ ଗଦାଧର ପାତ୍ରଙ୍କୁ ପଚାରିଥିଲେ ହେଲେ ବିଡ଼ିଓ ସରପଞ୍ଚ ଶ୍ରୀ ପ୍ରଧାନଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କୁ ବୈଠକରୁ ବାହାରି ଯିବାକୁ କହି  ଥିଲେ। ଏହା ପରେ ସମସ୍ତ ସରପଞ୍ଚ କର୍ମଶାଳାକୁ ବର୍ଜନ କରିଥିଲେ | ସୁଭଦ୍ରା ଯୋଜନା ଉପରେ କର୍ମଶାଳା ସରିବା ପରେ ବିଡ଼ିଓଙ୍କ ଚ୍ୟାମ୍ବର୍ ସାମ୍ନାରେ ବିଡ଼ିଓଙ୍କୁ ଅପେକ୍ଷାକରି ରହି ଥିଲେ । ହେଲେ ସରପଞ୍ଚ ମାନଙ୍କୁ ବିଡ଼ିଓ ଦେଖାଦେଇ ନଥିଲେ | ସରପଞ୍ଚ ମାନେ ଅନେକ ସମୟ ଅପେକ୍ଷା କରିବା ପରେ ବିଡ଼ିଓ ଶ୍ରୀ ପାତ୍ର କାର୍ଯ୍ୟାଳୟକୁ ପୁନଃ ନ ଆସିବାରୁ ବିଡ଼ିଓଙ୍କୁ ଅପେକ୍ଷାରତ ସରପଞ୍ଚ ଉତକ୍ଷୀଘ୍ର ହୋଇ ଯାଇଥିଲେ l ଖାଲି ଏହି ଗୋଟିଏ ଦିନ ନୁହଁ ପୂର୍ବରୁ ମଧ୍ଯ ଭ୍ରମରବାଡ଼ି ସରପଞ୍ଚ ଓ ସିର୍କାବର୍ଗ ସରପଞ୍ଚଙ୍କୁ ମଧ୍ଯ ବିଡ଼ିଓ ଗଦାଧର ପାତ୍ର ଦୁର୍ବ୍ୟବହାର କରିବା ସହ ପୋଲିସ ଡକେଇ ଥାନାକୁ ନେଇଥିବା ମଧ୍ୟ ସଂଘର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି  l ଏନେଇ ସଂଘ ପକ୍ଷରୁ ବିଡ଼ିଓ ଙ୍କ ବିରୋଧରେ ଖୁବ୍ ଶୀଘ୍ର ଜିଲ୍ଲାପାଳଙ୍କୁ ଲିଖୂତ ଅଭିଯୋଗ କରାଯିବ ବୋଲି ସଂଘ ସମ୍ପାଦକ, ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରୀକ ପ୍ରଧାନ, କୋଷାଧ୍ୟକ୍ଷ ତଥା ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ,ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ, ଦାରିଙ୍ଗବାଡି ସରପଞ୍ଚ ଶ୍ରୀମତୀ ଚନ୍ଦ୍ରିକାମଲିକ, ଭ୍ରମରବାଡ଼ି ସରପଞ୍ଚ ଶ୍ରୀ ନରତମ ପ୍ରଧାନ, ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ, ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ପ୍ରମୁଖ ମତପ୍ରକାଶ କରିଛନ୍ତି l ଦରକାର ପଡ଼ିଲେ ଦାରିଙ୍ଗବାଡି ବ୍ଲକ ବନ୍ଦ ଡାକରା ଦେବାକୁ ମଧ୍ଯ ପଛେଇବୁ ନାହିଁ ବୋଲି ସରପଞ୍ଚ ସଂଘ ପକ୍ଷରୁ କୁହାଯାଇଛି  | ବିଡ଼ିଓ ଦାରିଙ୍ଗବାଡି ବ୍ଲକରେ ତିନି ବର୍ଷରୁ ଉଦ୍ଧ ହେବ ରହିଥ‌ିବା ବେଳେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଏକଛତ୍ର ବାଦ ଶାସନ ଚଲେଇ ଥିବା ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି | ଯଦି ଏଭଳି ଘଟଣା ସତ୍ୟ ହୋଇଥାଏ ତାହେଲେ ଏଥିରୁ ଅନୁମାନ କରାଯାଇ ପାରିବ କି ଚଳିତ ମାସ ତିନି ତାରିଖରେ କନ୍ଧମାଳ ଜିଲ୍ଲା ସରପଞ୍ଚ ମହାସଂଘର ତୃତୀୟ ସାଧାରଣ ବୈଠକ ନୁଆଁଗାଁ ବ୍ଲକ ସାରଙ୍ଗଡ଼ ସ୍ଥିତ କୁଇ ସମାଜ ସେବା ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ  l ଏହି ବୈଠକ ରେବିଡ଼ିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉପରେ ଆଲୋଚନା ହେବାର ବହୁ ସମ୍ଭାବନା ରହିଛି |


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like