-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
26-Aug-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ସଭା ଗୃହରେ ଲକ୍ଷପତି ଦିଦି ଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହିଳାମାନଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥି ମଧ୍ୟରୁ ଲକ୍ଷପତି ଦିଦି ଯୋଜନା ଅନ୍ୟତମ l ଗତ ବର୍ଷ କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ଲକ୍ଷପତି ଦିଦି ଯୋଜନା ଆରମ୍ଭ କରିଥିଲେ l ଶିଳ୍ପ କ୍ଷେତ୍ରରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ l ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ପଡିବ। ଏହି ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି l ତେବେ ଆଜି ମହିଳାଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ଲକ୍ଷପତି ଦିଦି ଟଙ୍କା l ୨୫ ଶହ କୋଟିର ଅର୍ଥରାଶି ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଯଦ୍ୱାରା ଉପକୃତ ହେବେ ଦେଶର ୪ଲକ୍ଷ ୩୦ ହଜାର ସ୍ୱୟଂ ସହାୟିକା ଗ୍ରୁପର ୪୮ ଲକ୍ଷ ସଦସ୍ୟା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗଦେଇ ଭର୍ତ୍ତୁଏଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ଲୋଇସିଂହା ସ୍ଥିତ ବ୍ଲକ ସଭାଗୃହ ରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ପ୍ରୋଜେକ୍ଟ ମ୍ୟାନେଜେର ମଧୁସ୍ମିତା ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜି ପି ଓ କିଶୋରଚନ୍ଦ୍ର ମାନସିଂହ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧି ବାଳକୃଷ୍ଣ ଧରୁଆ, ଲୋଇସିଂହା ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ,ସରଗାଡ଼ ସମିତିସଭ୍ୟ, ବାଦିବାହାଲ ସମିତିସଭ୍ୟ ଅଜିତ ବେହେରା ଓ ଗଣ୍ଡ ଶଙ୍କର ଡୁଙ୍ଗୁରିପାଲି ପଞ୍ଚାୟତ ର ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନେ କିପରି ଉପକୃତ ହେବେ ସେ ନେଇ ଆଲୋକପାତ କରିଥିଲେ l ପରେ ଲୋଇସିଂହା ବ୍ଲକ ର ଏଗାର ଟି ପଂଚାୟତ ର ବିଭିନ୍ନ ସ୍ୱୟଂ ସହାୟକ ଦଳ ର ୭୦ ଜଣ ସଫଳ ମହିଳା ଙ୍କୁ ପୁରସ୍କୃତ କରାଯାଇଥିଲା ଶେଷରେ ବି ଏଲ ସି ପ୍ରଭାସିନୀ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ଉପସ୍ଥିତ ବିଭିନ୍ନ ସ୍ୱୟଂ ସହାୟକ ଦଳ ର ସଦସ୍ୟା, ସି.ପି.ଏମ, ସି. ଆର.ପି, ଏମ. ବି.କେ ଓ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ l