-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
22-Aug-2024
ବୀରମହାରାଜପୁର: ବରିଷ୍ଠ ନାଗରିକ ମାନେ ହେଉଛନ୍ତି ପରିବାରର ମୂଳଦୁଆ ଏବଂ ସେମାନଙ୍କ ଅଭିଜ୍ଞତା ହେତୁ ସମାଜର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥାନ୍ତି ବୋଲି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନର ମଞ୍ଚାସୀନ ଅତିଥି ବୃନ୍ଦ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର ର କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ନିରାଡ଼ମ୍ବର ସଭାରେ ଅନୁଷ୍ଠାନର ସଭାପତି ଡ଼.ପ୍ରଫୁଲ୍ଲ କୁମାର ରଥ ପୈାରହିତ୍ୟ କରିଥିବା ବେଳେ, ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମାଜରେ ବରିଷ୍ଠ ନାଗରିକ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବରିଷ୍ଠ ସଦସ୍ୟ ଧନୁ ପଧାନ ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅନ୍ୟତମ ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର ଓ ଜ୍ଞାନେନ୍ଦ୍ର ତ୍ରିପାଠୀ ବରିଷ୍ଠ ନାଗରିକ ମାନେ ନିଜନିଜ କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ସଙ୍ଗେ ସଙ୍ଗେ ନିଜେ କିଭଳି ଅବହେଳିତ ନହେବେ ସେ ସମ୍ପର୍କରେ ସରକାରଙ୍କ ଗଠନ ମୂଳକ ଆଭିମୁଖ୍ୟ ରହିବା କଥା ବୋଲି ମତବ୍ୟକ୍ତ କରିଥିଲେ। ସଭାର ଦ୍ୱିତୀୟ ଅଧିବେଶନରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନର ଦୁଇଜଣ ସଦସ୍ୟ ଡ଼.ଦ୍ୱିତୀକୃଷ୍ଣ ପଣ୍ଡା ଏବଂ ଶ୍ରୀନିବାସ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧନା ପତ୍ର ସହ ଉପଢ଼ୌକନ ସହିତ ସମ୍ପର୍କିତ କରାଯାଇଥିଲା।ଅନ୍ୟ ମାନଙ୍କ
ମଧ୍ୟରେ ଉମେଶ ପ୍ରସାଦ ରଥ, ଚାମର ମହାକୁର, ବଳରାମ କାଣ୍ଡ,ଅକୃର ଦନ୍ତା, ସୁଦାମ ସେଠୀ, ଦିଲ୍ଲିପ ତ୍ରିପାଠୀ, ହୃଷିକେଶ ସାହୁ, ଜମ୍ବେଶ୍ଵର ପ୍ରଧାନ, ବାସୁଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବାବେଳେ, ଶ୍ରୀଯୁକ୍ତ ସୈାମିତ୍ରୀ ମେହେର ସଭା ସଂଯୋଜନା କରିଥିଲେ।ଶେଷରେ ଶ୍ରୀଯୁକ୍ତ ଦୟାନିଧି ହୋତା ଧନ୍ୟବାଦ ପରେ ସଭା ସାଙ୍ଗ ହୋଇଥିଲା।