-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
21-Aug-2024
ବୌଦ୍ଧ(ଦେବବ୍ରତ ଦାଶଙ୍କ ରିପୋର୍ଟ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଖଜୁରୀପଡା ସ୍ଥିତ ପଶ୍ଚିମ ଓଡିଶା ବିକାଶ ପରିଷଦ ପରିବେଶ ପାର୍କ (ନନ୍ଦନବନ), ଯାଯାବର ଠାରେ ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହରଙ୍କ ଆହହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ନନ୍ଦନବନ ଯାଯାବର ବନ୍ଦ ହୋଇଯିବାରୁ ସମସ୍ତ ଜିନିଷ ଖଳ ପ୍ରକୃତି ଲୋକ ଭାଙ୍ଗି ଦେଇଥିବାରୁ ଅଂଚଳର ବୁଦ୍ଧିଜୀବୀ ମାନେ କ୍ଷୋଭ ପ୍ରକାଶ ସହିତ ନିନ୍ଦା କରାଯାଇଥିଲା l ଆଲୋଚନାରେ ଆସନ୍ତା ୭ଦିନ ମଧ୍ୟରେ ଏକ ସାଧାରଣ ବୈଠକ ଆୟୋଜନ କରିବା ପାଇଁ ସ୍ଥିର କରାଯାଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଆସନ୍ତା ଅକ୍ଟୋବର୨ ଗାନ୍ଧି ଜୟନ୍ତୀରେ ଯାଯାବର ଚାଲୁ କରିବା ପାଇଁ ଦାବି
ଉପସ୍ଥାପନା କରିଥିଲେ। ଆସନ୍ତା ବୈଠକ ପାଇଁ ଆବାହକ ଭାବେ ମଥୁରା ଓ ବିରନରସିଂପୁର ସରପଞ୍ଚଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା l ଉକ୍ତ ବୈଠକରେ ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ, ପରିବେଶବିତ ସ୍ୱରାଜ କୁମାର କଂହର, ସାମାଜିକକର୍ମୀ କୃତ୍ତିବାସ ପଲିଆ, ଡାକ୍ତର ବେହେରା, ଉଦ୍ଧବ କଳତା, ଅଲେଖ ବଗର୍ତ୍ତୀ, ସଦାଶିବ ପାତ୍ର, ରଞ୍ଜନ ନାଏକ, ଜ୍ୱତିରଞ୍ଜନ ପ୍ରଧାନ, ଅଖିଳ ପ୍ରଧାନ, ସବ୍ୟସାଚି ଦନ୍ତା , ନରେନ୍ଦ୍ର ପ୍ରଧାନ, ବିଜୟ କୁମାର ପ୍ରଧାନ, ସରୋଜ କୁମାର ସାହୁ, ଅରୁଣ କୁମାର ଦେହୁରୀ, କୃପାସିନ୍ଧୁ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l