-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
13-Aug-2024
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଲାଠି ମୁଖ୍ୟ ରାସ୍ତା କୋରେଇସୁଣୀ ମନ୍ଦିର ବନ୍ଧ ହୁଡ଼ାରୁ ଝୁଲୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ନାମ କ୍ଷେତ୍ରବାସୀ ସାହୁ ଓ ତା ଘର ଆସ୍କା ରୋଡ଼ ଧୋବା ବନ୍ଧ ହୁଡ଼ା ବୋଲି ଜଣାପଡିଛି। ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ। ଖବର ପାଇ ପରିବାର ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।ଶବ ଉଦ୍ଧାର କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।