-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
13-Aug-2024
ବିନିକା(ହିମାଂଶୁ ଶେଖର ପୁଟେଲ)ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ସ୍ଥାନୀୟ ବିନିକା ସ୍ପୋର୍ଟ୍ସକ୍ଳବ ଠାରେ ଭରସା ପରିବାର ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୨୭ୟୁନିଟ ରକ୍ତ ସଂଗ୍ରହ ହୋଇଛି | ଉକ୍ତ ରକ୍ତଦାନ ଶିବିରକୁ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ,ଯୁବ ଉଦ୍ୟୋଗୀ ପ୍ରଦୀପ ହୋତା, ସ୍ପୋର୍ଟ୍ସ କ୍ଲବ ଉପସଭାପତି ବୁଲୁ ଦଣ୍ଡିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ |ରକ୍ତଦାନ ମହାପୁଣ୍ୟ ହୋଇଥିବାରୁ ଏହି ଶିବିରରେ ମୋଟ ୨୭ଜଣ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ |ବୁର୍ଲା ବ୍ଲଡ଼ ବ୍ୟାଙ୍କରୁ ଡ଼.ସତ୍ୟଜିତ ତ୍ରିପାଠୀ,ଷ୍ଟାପ ମଣ୍ଟୁ ପଧାନ,ଗଣେଶ ପଧାନ,ଜନକ ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ | ଦଣ୍ଡ କଳାକାର ଚୁନି ବଗର୍ତ୍ତୀ ଏବଂ ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ସଂଯୋଜକ ବିଶ୍ଵନାଥ ମିଶ୍ର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ଏଥିରେ ଭରସା ପରିବାରର ମୁଖ୍ୟ ବିନାୟକ ଦ୍ୱାରି,ଲକ୍ଷ୍ମଣ ପାତ୍ର,ମୁକେଶ ବଗର୍ତ୍ତୀ,ହିମାଂଶୁ ଶେଖର ପୁଟେଲ,ଅକ୍ଷୟ ସାହୁ, ଜୟକୃଷ୍ଣ ସାହୁ,ମାନସ ଦଣ୍ଡସେନା,ବିଜେ ସାମଲ, ସନାତନ ବରାଖୁଣ୍ଟିଆ,ନମ୍ରତା କ୍ଷେତୀ,ରାମ ଗୋପାଳ ବାଘ ପ୍ରମୁଖ ସହଯୋଗ କରିଥିଲେ |