-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
ବରଗଡ଼/ବିଜେପୁର:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଅଧ୍ୟାପକ ଡ଼କ୍ଟର ଚିନ୍ମୟ ସାହୁ, ତୁଳସୀ ରାମ ମେହେର, ଶେଷଦେବ ମେହେର,ହରିଲାଲ ସାହୁ, ଗୀତିକାର ମକରଧ୍ବଜ ସାହୁ, ଦେବାଶିଷ ମେହେର, ମକରଧ୍ବଜ ମେହେର, ସାବିତ୍ରୀ ମେହେର,ସୁଷମା ଭୋଇ, ଆଶୁତୋଷ ମେହେର,ରାମ ପ୍ରସାଦ ବାଗ,ଜଗତଜ୍ଜୀବନ ରାମ ଡନସନା,ଦିଲେଶ ମେହେର , ହୃଦମଣି ସାହୁ, ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଅଧ୍ୟାପକ ଦୀନେଶ କୁମାର ଅଗ୍ରୱାଲା ପ୍ରମୁଖ ଯୋଗଦେଇ ଥିଲେ। ଆଗାମୀ ୧୩ରେ ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା ସ୍ଥାନୀୟ ରେଡିଏନ୍ସ ଶିକ୍ଷାନୁଷ୍ଠାନରେ କରିବାକୁ ନିଷ୍ପତ୍ତି ହୋଇଛି। ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କିଶୋର ବିଭାଗ ପାଇଁ ସାହିତ୍ୟ ସାଧକ ଗଙ୍ଗାଧର, ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ପାଇଁ ଗଙ୍ଗାଧରଙ୍କ ଗୀତି କବିତାରେ ଆଧ୍ୟାତ୍ମିକତା , ମହାବିଦ୍ୟାଳୟ ବିଭାଗ ପାଇଁ ସ୍ଵଭାବ କବି ଗଙ୍ଗାଧରଙ୍କ କାଵ୍ୟାକୃତିରେ ମାନବୀୟ ମୂଲ୍ୟବୋଧ ଉପରେ ପ୍ରଵନ୍ଧ ପ୍ରତିଯୋଗିତା କରିବାକୁ ଆଲୋଚନା ହୋଇଛି। ସେହିପରି ଉଚ୍ଚ ମାଧ୍ୟମିକ ବିଭାଗରେ ଗଙ୍ଗାଧରଙ୍କ କାଵ୍ୟ କବିତାରେ ନୈତିକତା, ମହାବିଦ୍ୟାଳୟ ବିଭାଗରେ ସାମ୍ପ୍ରତିକ ପରିସ୍ଥିତିରେ ଭକ୍ତି କବିତାର ପ୍ରାସଙ୍ଗିକତା ଶୀର୍ଷକରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିର ହୋଇଛି। କିଶୋର, ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ବିଭାଗରେ ଗଙ୍ଗାଧର ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସଂପାଦକ ରାଜେଶ୍ବର ବେହେରା ସୂଚନା ଦେଇଛନ୍ତି।