-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଝରିଗାଁ ଜଗନ୍ନାଥ ମନ୍ଦିର ରେ ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟା ର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି କୃପାରାମ ସାହୁ, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ବିଶ୍ବହିନ୍ଦୁ ପରିଷଦ ର ସୁନିଲ୍ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ଅଶୋକ କୁମାର ସାହୁ, ହିନ୍ଦୁ ମହାସଂଘ ର ପିଣ୍ଟୁ ଠାକୁର, ଶ୍ୟାମସୁନ୍ଦର କବିରାଜ, ଗୋରା ହରିଜନ, ସମେତ ଝରିଗାଁ ଅଞ୍ଚଳ ର ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ସମସ୍ତେ ବୈଠକ ଶେଷରେ ଝରିଗାଁ ଥାନା କୁ ଯାଇ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ବିରୁଦ୍ଧରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।