-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
ମ. ରାମପୁର( ପ୍ରଦିପ କୁମାର ସାହୁ)
ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗତକାଲି ଏଲ ଟି ଆଇ ମାଇଣ୍ଡ ତ୍ରି ଫାଉଣ୍ଡେସନ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଏକ ପରିବେଶ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଏଲ ଟି ଆଇ ମାଇଣ୍ଡ ଟ୍ରୀ ଫାଉଣ୍ଡେସନ ର ଇଏସ ଜି ମୁଖ୍ୟ ଶ୍ରୀ ପ୍ରତ୍ୟୁଷ କୁମାର ପଣ୍ଡା ଉଦ୍ୟାନ ଚାରା ବଣ୍ଟନ ମାଧ୍ୟମରେ ଅଭିଯାନ କୁ ଶୁଭାରମ୍ଭ କରିଛନ୍ତି । ବର୍ତମାନ ଦୃତ ବେଗରେ ପରିବେଶ ଅବକ୍ଷୟ ଯୋଗୁଁ ଜନ ସମାଜରେ ତାର ବ୍ୟାପକ ପ୍ରଭାବ ପଡିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଜି ସମାଜର ସମସ୍ତ ବର୍ଗ ର ଲୋକ ମାନଙ୍କ ଜୀବନ ଓ ଜୀବିକା ଆସୁନ୍ତଳିତ ହୋଇଛି । ଏଠି ପାଇଁ ନୀତି ଆୟୋଗ ର ଆକାଂଖୀ ବ୍ଲକ୍ ମଦନପୁର ରାମପୁର ବ୍ଲକ୍ ର ୫ ଗୋଟି ଗ୍ରାମ ପଞ୍ଚାୟତ ଯଥା ଡମ୍ କର୍ଲାଖୁଣ୍ଟା, ମନିକେରା, ମୋହନ ଗିରି, ସିଂପୂର୍ ଓ ଦେଢ଼ସୁଲି ରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ବିଷୟ ଶ୍ରୀ ପଣ୍ଡା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାଶକ୍ତି ର ସ୍ବାସ୍ଥ୍ୟ ବିଶେଷଜ୍ଞ ଶ୍ରୀମତୀ ପ୍ରଜ୍ଞା ରାଣୀ ବାରିକ, ଜୀବିକା ବିଶେଷଜ୍ଞ ଶ୍ରୀ ବିରେନ୍ଦ୍ର ପ୍ରଧାନ, ପ୍ରକଳ୍ପ ପରିଚାଳକ ଶ୍ରୀ ଫିରୋଜ୍ ଥାଟି, ବ୍ଲକ୍ ସଂଯୋଜକ ଭାଗ୍ୟଶ୍ରୀ ରାଉତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମ ରେ ୭୦ ରୁ ଉର୍ଦ୍ଧ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ସମସ୍ତଙ୍କୁ ଆମ୍ବ,ଲେମ୍ବୁ, ଲିଚୁ ଇତ୍ୟାଦି ଗଛ ବଣ୍ଟନ କରା ଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମମିତା ପୂଜାରୀ, ସମୀର ପୂଜାରୀ, ସୈରେନ୍ଦ୍ରି ସାହୁ,ସୁଦାମ ଶେଠ୍ ପ୍ରମୁଖ ସହଯୋଗ କରିଥିଲେ।