-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ): ମରଣଯନ୍ତା ପାଲଟିଛି କରଞ୍ଜକଟା ତେଇସମାଇଲ ଆଡି ରାସ୍ତା। ରାସ୍ତା ଉପରେ କ୍ଷମତା ଠାରୁ ଅଧିକ ଭାରିଯାନ ଚଳାଚଳ କାରଣରୁ ରାସ୍ତାର ଅବସ୍ଥା ବେହାଲ। ଖାଲଖମା କାରଣରୁ ବର୍ଷା ହେଲେ ଘଟୁଛି ଦୁର୍ଘଟଣା। ଅଭିଯୋଗ ପରେ ଶୁଣୁନି ପ୍ରଶାସନ। ସୂଚନା ମୁତାବକ କରଞ୍ଜକଟା ଠାରୁ ପ୍ରାୟ ୧୦କିମି ତେଇସିମାଇଲ ପର୍ଯ୍ୟନ୍ତ ଆର.ଡି ରାସ୍ତା ନିର୍ମାଣ କରାଯାଇଛି, ଯେଉଁ ରାସ୍ତା ଉପରେ ହରଭଙ୍ଗା ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ ପ୍ରାୟ ୧୦ଟି ଗାଁ ର ଲୋକେ ନିର୍ଭର କରି ଯାତାୟତ କରିଥାନ୍ତି। କିନ୍ତୁ ବଡ ବିଡ଼ମ୍ବନାର ବିଷୟ ଯେବେ ଠାରୁ ରେଳପଥ କାର୍ଯ୍ୟ ଆରମ୍ଭ ହୋଇଛି,
ସେଦିନ ଠାରୁ ଏକ ଘରୋଇ ଠିକାସଂସ୍ଥା ଏହି ରାସ୍ତା ଦେଇ ହାଇବା ଟ୍ରକ ଦ୍ଵାରା ପଥର ବାଲି ପରିବହନ କରୁଛି। କ୍ଷମତା ଠାରୁ ଅଧିକ ଭାରିଯାନ ଯିବାଆସିବା କରିବା ଫଳରେ ରାସ୍ତା ରେ ବଡବଡ ଗର୍ତ ସୃଷ୍ଟି ହେବା ସହ ବର୍ଷା ହେଲେ ଖାଲ ଗୁଡିକରେ ପାଣି ଜମା ହୋଇ ରହିଛି, ଯାହାଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଗ୍ରାମର ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବାରେ ମଧ୍ୟ ଅସୁବିଧା ହେଉଛି । ରାସ୍ତା ଏତେ ମାତ୍ରରେ ଖରାପ ହୋଇଛି ଯେ ଗାଡି ମଟର ତ ଦୂର ର କଥା ଚାଲି ଚାଲି ଯିବା ବି ଗ୍ରାମବାସୀଙ୍କ ପାଇଁ ଅସମ୍ଭବ ହୋଇ ପଡୁଛି । ତେଣୁ ରାସ୍ତାକୁ ଶୀଘ୍ର ମରାମତି କରିବା ସହ ଠିକା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।