-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
07-Aug-2024
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ସଦର ମହକୁମା ସ୍ଥିତ ବନ୍ଧପାଲି ଗ୍ରାମ ଠାରୁ ଗଡିଆଜୋର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି l ରାସ୍ତାର ଦୁରବସ୍ଥା ନେଇ ବିଭିନ୍ନ ସମୟରେ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ଓ ନିର୍ବାଚିତ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ଗୁହାରି କରିଥିଲେ ହେଁ କୌଣସି ସୁଫଳ ମିଳୁନାହିଁ l ବାଧ୍ୟହୋଇ ଗାଡିଆଜୋର ଗ୍ରାମବାସୀ ଜିଲ୍ଲାପାଳ ଙ୍କ ନିକଟରେ ରାସ୍ତାର ଦୁରବସ୍ଥା ସମ୍ପର୍କରେ ଫେରାଦ ହୋଇଛନ୍ତି l ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ସାଙ୍ଗକୁ ଖାଲଖମାରେ ଭର୍ତ୍ତି ହୋଇଯାଉଛି l ପାଣି କାଦୁଅ ରେ ପରିପୂର୍ଣ୍ଣ ରାସ୍ତାରେ ଯାନବାହାନ ତଥା ଜନସାଧାରଣ ଯିବା ଆସିବାରେ ଘୋର ଅସୁବିଧା ଭୋଗୁଛନ୍ତି l ରାସ୍ତା ଖରାପ ଯୋଗୁଁ ଗାଁ କୁ ଆମ୍ବୁଲାନ୍ସ ଆସିପାରୁ ନାହିଁ l ପାଣିକାଦୁ ଯୋଗୁଁ ଚାରିଚକିଆ ଯାନ, ମୋଟରସାଇକେଲ, ସାଇକେଲ ତ ଦୂରର କଥା ଖାଲିପାଦରେ ଯିବା କଷ୍ଟକର ହୋଇପଡୁଛି l ରାସ୍ତା ସମସ୍ୟା ନେଇ ଅନେକଥର ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ l ଗ୍ରାମାଞ୍ଚଳ ରେ ଗମନାଗମନ ର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ତେବେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ରାସ୍ତା ଭଳି ଅନେକ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି l ଚଳିତ ବର୍ଷ ପଞ୍ଚାୟତ ତରଫରୁ କିଛି ଡଷ୍ଟ (ପଥର ଗୁଣ୍ଡ ) ପକାଯାଇଥିଲା l ବର୍ଷା ଆସିବାରୁ ଡଷ୍ଟ ରାସ୍ତାରୁ ଧୋଇହୋଇ ରାସ୍ତା ଅବସ୍ଥା ଯେଉଁ ତିମିରେ କୁ ସେଇ ତିମିରେ l ଏହିରାସ୍ତା ଦେଇ ପ୍ରତିଦିନ ସ୍କୂଲ କଲେଜକୁ ନେଉଥିବା ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ତୁରନ୍ତ ମରାମତି କରାନଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି l