-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
06-Aug-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ): ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ କଂହେଇବୀରା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନୁଆଁଗଡ଼ ଲକ୍ଷ୍ମୀ ନାରାୟଣ ସରକାରୀ ବିଦ୍ୟାଳୟ ଠାରେ ଅନୁଷ୍ଠାନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ ବିଦ୍ୟାଳୟର ୯୪ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ କେଦାର ସାହୁ ,ନିମାଇଁ ଚରଣ ପତି, ନୁଆଁଗଡ଼ ଲକ୍ଷ୍ମୀ ନାରାୟଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆ ଛାତ୍ର ଛାତ୍ରୀ ମାନଙ୍କୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ବିଷୟରେ ବିଶେଷ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜଣ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ମୁକୁନ୍ଦ ଦାସ ଓ ଆଜୀବନ ସଦସ୍ୟ ଶ୍ରୀ ଦୟାନିଧି ପ୍ରଧାନ ଯୋଗଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ତାରିଖ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଗଜାନନ ବେହେରା, ଆନନ୍ଦ ସାହୁ, ଜୁଳି ସରାଫ, ଗିରିଧାରୀ ଯୋଶୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।