-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
06-Aug-2024
ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ) ବୌଦ୍ଧ ଜିଲ୍ଲା ଗସ୍ତରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ । ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ହେବା ପରେ ଆଜି ପ୍ରଥମ କରି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି । ଏନେଇ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ର ବିଭିନ୍ନ ଛକ, ଜନଗହଳି ସ୍ଥାନରେ ତୋରଣ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ସୂଚନା ଅନୁଯାଇ ପ୍ରଥମେ ଜିଲ୍ଲାର ସୀମାନ୍ତ ଵାଣିଗୋଚ୍ଛା ଠାରେ ଭବ୍ୟ ସ୍ୱାଗତ ଦିଆଯାଇଥିବା ବେଳେ ପରେ ଆଡ଼େନିଗଡ଼ ରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଇ ସେଠାରୁ ଚାରିଛକ ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେଇଥିଲେ । ସେହିପରି ଠିଡିକାଯୋର ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ମଧ୍ୟ ମୁଖ୍ୟ ସଚେତକ ଙ୍କୁ ସ୍ୱାଗତ କରିବା ସହ ଜଗନ୍ନାଥ ମନ୍ଦିର ର ଉର୍ଣ୍ଣତି ଓ ଜିଲ୍ଲା ପଯ୍ୟଟନ ମାନଚିତ୍ର ରେ ସ୍ଥାନ ଦେବା ପାଇଁ ବିଧାୟକ ଙ୍କ ସହିତ କମିଟି ର ଆଲୋଚନା ହୋଇଥିଲା । ପରେ ଜର୍ଣ୍ଣଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ସଙ୍ଘ ପକ୍ଷରୁ ଆୟୋଜିତ ହୋଇଥିବା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ରେ ଯୋଗ ଦାନ କରିଥିଲେ l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ସଚେତକ ସରୋଜ ପ୍ରଧାନ ସାମ୍ବାଦିକଙ୍କ ସୁରକ୍ଷା କିଭଳି ଆଗାମୀ ଦିନରେ ରହି ପାରିବ ବିଧାନସଭା ରେ କଥା ଉଠାଇବା ପାଇଁ ନିଜର ମତ ରଖିଥିଲେ l ଏପରିକି ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଭାବରେ ସମାଜ ରେ ସାମ୍ବାଦିକ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ରହିଛି l ସର୍ବଦା ସମାଜର ଶୃଙ୍ଖଲା ଓ ସତ୍ୟ ଖବର ପରିବେଷଣ ପାଇଁ ଚେଷ୍ଟିତ ରହିବା ଦରକାର ବୋଲି ତାଙ୍କ ଉଦବୋଧନ ରେ କହିଥିଲେ lପରେ ପୁରୁଣା କଟକ, ଲୁଣିବାହାଲ, ବିରନରସିହପୁର, ବାମଣ୍ଡା, ସରସରା, ବୁଟୁପାଲିରେ ପହଁଚି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇ ସର୍କିଟ ହାଉସ ପହଁଚିଥିଲେ l ତାଙ୍କର ଏହି ଗସ୍ତ ରେ ନିଜ ବିଧାନସଭା ମଣ୍ଡଳୀର ବିଭିନ୍ନ ସ୍ଥାନ ରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଯୋଗଦାନ ରେ ହଜାର ହଜାର ବିଜେପି କର୍ମୀ, ଜନସାଧରଣ ଯୋଗ ଦେଇଥିଲେ ଶ୍ରୀ ପ୍ରଧାନ ଶାସକ ଦଳର ମୁଖ୍ୟ ସଚେତକ ହେବା ପରେ ତାଙ୍କର ପ୍ରଥମ ଗ୍ରସ୍ତ ନିଜ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଥିବାରୁ ଦଳୀୟ କର୍ମୀ ନେତା, ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l