-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
06-Aug-2024
ବଲାଙ୍ଗିର/ବୁର୍ଲା: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଅଗଷ୍ଟ ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ (GRF Camp)ର ଆୟୋଜନ କରୁଅଛି । ଏଣୁ ଏହି ଦୁଇ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ
କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ସେମାନେ ଉପସ୍ଥିତ ରହି ନିଜର ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିପିଡବ୍ଲୁଓଡିଏଲର ବିଭିନ୍ନ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ । ଆସନ୍ତା ଅଗଷ୍ଟ 06 ତାରିଖ ଦିନ
ଚଟମଖନା, ଅଗଷ୍ଟ 7 ତାରିଖ ଦିନ ମୁରୀବାହଲ, ଅଗଷ୍ଟ 9 ତାରିଖ ଦିନ ଘୁମେର୍ ଏବଂ ପାଟନାଗଡ଼, ଅଗଷ୍ଟ 14 ତାରିଖ ଦିନ ଟିଟିଲାଗଡ଼ ଏବଂ ଖୋଲାନ, ଅଗଷ୍ଟ 20 ତାରିଖ ତୁଷୁରା ଏବଂ ଦେଓଗାଁ , ଅଗଷ୍ଟ 22 ତାରିଖ ଦିନ ଚନ୍ଦନବାଟୀ, ଅଗଷ୍ଟ 23 ତାରିଖ ଦିନ ଅଗଲପୁର ଏବଂ ଅଗଷ୍ଟ 28 ତାରିଖ ଦିନ ଖପ୍ରାଖୋଲ୍ ସ୍ଥିତ ସେକ୍ସନ୍ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯିବ ।
ସେହିପରି ସୋନପୁର ଜିଲ୍ଲା ସ୍ଥିତ ଟିପିଡବ୍ଲ୍ୟୁଓଡିଏଲର ବି.ଏମ୍. ପୁର ଏବଂ ଉଲୁଣ୍ଡା ସେକ୍ସନ ଅଫିସ୍ ଠାରେ ଆସନ୍ତା ଅଗଷ୍ଟ 13 ତାରିଖ ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି ।