-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ବଲାଙ୍ଗିର- ପୁଇଁନ୍ତଲା ବ୍ଳକ ଶିକାବେହେଙ୍ଗା ଗ୍ରାମରେ ୧୦ ଟି ସ୍ୱଂୟ ସହାୟକ ଦଳର ୪୦ଜଣ ସ୍ୱଂୟ ସହାୟକା ସଭ୍ୟାମାନଙ୍କୁ ନେଇ ଭୁବନେଶ୍ୱର ନାବାଡ ସହାୟତାରେ ବଲାଙ୍ଗିର ଜୟ ଜଗନ୍ନାଥ ସାଂସ୍କୃତିକ ସଂଘ ଦ୍ୱାରା ତୃଣମୂଳସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବଲାଙ୍ଗିର ନାବାର୍ଡ ଅଧିକାରୀ ଡିଡିଏମ୍ ଶ୍ରୀ ଲକ୍ଷ୍ମଣ ପ୍ରସାଦ ରୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱଂୟ ସହାୟକ ଦଳଗୁଡିକୁ ସୁଚାରୁ ରୁପେ ପରିଚାଳିତ କରିବେ, ବ୍ୟାଙ୍କ ଋଣକୁ ଉଚିତ କାର୍ଯ୍ୟରେ ଲଗାଇ ଅଗ୍ରଗାମୀ ହୋଇପାରିବେ ବୋଳି ବୁଝାଇଥିଲେ । ସମ୍ମାନ ଅତିଥିଭାବେ ବଲାଙ୍ଗିର ଷ୍ଟେଟ୍ ବ୍ୟାଙ୍କ କାଉନ୍ସିଲର, ପ୍ରଶିକ୍ଷକ ଶ୍ରୀମତୀ ଅନୁଛାୟା ବେଚ୍ ଓ ଗ୍ରାମର ଜୟ ବଳଭଦ୍ର କୃଷକ କ୍ଳବର ମୁଖ୍ୟ ସୁଧାମୟ ପଟେଲ ଯୋଗଦେଇଥିଲେ । ସମ୍ମାନିତୟ ଅତିଥିମାନଙ୍କୁ ସଂଘ ସଭାପତି ସଦାନନ୍ଦ ଦେବତା ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଜଗନ୍ନାଥ ପ୍ରସାଦ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ ।