-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ବଲାଙ୍ଗୀର/ଟିଟିଲାଗଡ,(ପ୍ରେରଣା ଖବର): କେନ୍ଦ୍ର ସରକାର ସମସ୍ତ ଦେଶବାସୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ଓ ସମସ୍ତ ପ୍ରାନ୍ତରୁ ଏହି ଯୋଜନା ଆରମ୍ଭ ହୋଇ ସାରିଥିବା ବେଳେ ଟିଟିଲାଗଡ ମୁନିସିପାଲଟି ରେ ଏହି ଯୋଜନାରେ ଶତାଧିକ ଲୋକ ଆବେଦନ କରି ଆବାସ ଯୋଜନା ଖଣ୍ଡେ ପାଇବା କୁ ଅପେକ୍ଷl କରିଛନ୍ତି l ଦୁଃଖର ବିଷୟ ବର୍ଷ,ବର୍ଷ ବିତିଯାଇଥିଲେ ସୁଦ୍ଧା କିଛି ସୁଫଳ ପାଇ ପାରି ନାହାନ୍ତି ହିତାଧିକାରୀ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ନିର୍ମାଣ ପାଇଁ ବୁଡୁ ରତେଇ ଙ୍କ ଅଭିଯୋଗ ଅନୁଯାୟୀ ଗତ ୨୦୧୮ ମସିହା ରୁ ସମସ୍ତ ସରକାରୀ କାଗଜ ପତ୍ର ଦାଖଲ କରିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ ଏହି ଯୋଜନା କାର୍ଯ୍ୟକାରୀ କରାଇ ନ ଦେବା ଅଭିଯୋଗ କରିଛନ୍ତି। ଦାଇତ୍ୱ ରେ ଥିବା କର୍ମଚାରୀ ଓ ଅଧିକାରୀ ଏ ନେଇ ନିଜ ଖାମ,ଖିଆଲ ମନୋଭାବ ପୋଷଣ ଯୋଗୁଁ ସାଧାରଣ ଏହି ସୁବିଧା ରୁ ବଂଚିତ ହୋଇ ରହି ବାରମ୍ବାର ଆବେଦନ, ନିବେଦନ କରି ସୁଦ୍ଧା ସୁଫଳ ନ ପାଇବା ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି।ଏଦିଗରେ ବିଭାଗୀୟ ଉଚ୍ଚ ପଦାଧିକାରୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି।