-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Aug-2024
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୈଜ୍ଞାନିକ ପ୍ରତିଭାର ଅନ୍ୱେଷଣ ନିମନ୍ତେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ମେଳାରେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀଯୁକ୍ତ ସଞ୍ଜୟ ଖମାରୀ, ପରିଚାଳନା ସମିତିର ସଦସ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ ଓ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମଜିତ ସୁନା ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଜ୍ଞାନ ମେଳାରେ ସର୍ବମୋଟ ୭୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା ! ବିଚାରକ ଭାବରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ,ଶିକ୍ଷକ ଚଉବର୍ଗ ଭୋଇ , ଶିକ୍ଷକ
ପ୍ରେମଜିତ ସୁନା,ଶିକ୍ଷକ ସ୍ୱାଧୀନ ସାହୁ, ସି ଆର ସିସି କେଦାର ନାଏକ ଏବଂ ସି ଆର ସିସି ପୁନୀରାମ ଗଣ୍ଡ ଯୋଗ ଦେଇଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମେଳାରେ ଶ୍ରୀ ଗୌର ଚନ୍ଦ୍ର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅତିଥିବୃନ୍ଦ ଶିକ୍ଷାର୍ଥୀମାନେ ବୈଜ୍ଞାନିକ ମନୋବୃତ୍ତି ପୋଷଣ କରିବା ସହିତ ଅନୁସନ୍ଧିତ୍ସୁ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଗୁରୁମା ଅଞ୍ଜୁଲତା ସାହୁ, ସୁମତି ପାତ୍ର, ଗୁରୁଜୀ କ୍ଷମାସାଗର ପଟେଲ, ବୁଦ୍ଧଦେବ ମିଶ୍ର,ଲକ୍ଷ୍ମୀକାନ୍ତ ଦୁଆନ, ଉଦୟ ସେଠଙ୍କ ସମେତ ଭୁକ୍ତା ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀଙ୍କ ସକ୍ରିୟ ସହଯୋଗରେ ଅତ୍ୟନ୍ତ ଶୃଙ୍ଖଳାର ସହିତ ଜ୍ଞାନ ବିଜ୍ଞାନମେଳା ସମ୍ପନ୍ନ ହୋଇଥିଲା।