-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Aug-2024
ଆଜି ଅଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପୁଇଁତଲା ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ସମସ୍ତ
ପ୍ରଧାନ ଶିକ୍ଷକମାନଂକୁ ନେଇ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଯୋଗଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଯୋଶୀ ସ୍ୱାଗତ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ପ୍ରଧାନ ଶିକ୍ଷକ
ସ୍ୱାଧୀନ ସାହୁ ପୂର୍ବ ବୈଠକର କାର୍ଯକାରିତା ଉପରେ ଆଲୋଚନା କରିଥିଲେ l ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା
ଅଧିକାରୀ ନୀଳମଣି ପଣ୍ଡା,ପ୍ରଧାନ ଶିକ୍ଷକ ନୀଳମଣି ପଟେଲ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ସଭା ଶେଷରେ ପ୍ରଧାନ ଶିକ୍ଷକ ପବିତ୍ର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ l ଅଟଗାଁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ l