-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||     

HOME   ରାଜ୍ୟ

ଛତୁ ଫୁଟିଲା ପରି ହାୟର ସେକେଣ୍ଡାରୀ ସ୍କୁଲ୍ ବନାମ କଲେଜ  ! ସଇଁନ୍ତଳା ଘରୋଇ ଭୂତକଲେଜ ତନାଘନା

02-Aug-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଏଇ କିଛିଦିନ ହେଲା ଚାଲିଛି ସଇଁନ୍ତଳା ବିବିନାଛକରେ ଆରମ୍ଭ ହୋଇଥିବା ଏକ ଘରୋଇ ହାୟର ସେକେଣ୍ଡାରୀ ସ୍କୁଲ୍ ଓ ବେଲଗାଁ'ର କଲେଜରେ ଅଭିଯୋଗକ୍ରମେ ଘନଘନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପ୍ରଶାସନ ଓ ଶିକ୍ଷାବିଭାଗର ତନାଘନା ।  ଅଭିଯୋଗ ଅନୁଯାୟୀ, ଗତବର୍ଷରୁ ଏହି ତଥାକଥିତ ହୃଷିକେଶ -ପ୍ରିୟାବତୀ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଏଣ୍ଡ୍ ଟେକ୍ନୋଲୋଜି କଲେଜରେ ବନାମ ହାୟର ସେକେଣ୍ଡାରୀ ସ୍କୁଲ୍ ରେ ଶ୍ରେଣୀଗୃହ ଓ ଆନୁସଙ୍ଗିକ ଭିତ୍ତିଭୂମି ନଥାଇ ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କର ନାମଲେଖାଯାଇ ବେଲଗାଁ ଉତ୍କଳମଣୀ ଗୋପବନ୍ଧୁ କଲେଜରେ ପାଠପଢା ଯାଉଥିବା ଏବଂ ଏହି କଲେଜର ଜଣେ ଅଧ୍ୟାପକ କିଶୋର ସାହୁ ଉପରୋକ୍ତ ଘରୋଇ କଲେଜ ଖୋଲି ଏସବୁ କେଳେଙ୍କାରୀର ଅଭିଯୁକ୍ତ ବୋଲି  ଚର୍ଚ୍ଚା ପ୍ରକାଶ ପାଇଛି। ଏପରିକି ସ୍ଥାନୀୟ ବାସିନ୍ଦା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହା କ୍ରମଶଃ ଜନଆନ୍ଦୋଳନର ରୂପ ନେଉଥିବା ଆଶଙ୍କାରୁ ଏଥିରେ ପ୍ରଶାସନ ହସ୍ତକ୍ଷେପ କରିଛି। ପ୍ରଥମେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ ଓ ପରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲକରଙ୍କର ତଦନ୍ତ ପରେ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ପ୍ରଧାନ ଆସି ବିଶଦ ତଦନ୍ତ ପୂର୍ବକ ବୟାନ ରେକର୍ଡ କରି ଅଭିଯୋଗ ଗ୍ରହଣ କରିଛନ୍ତି । ବିଶେଷକରି ଏହି ତଥାକଥିତ ଘରୋଇ କଲେଜରେ ଆଡମିଶନ୍ ନେଇଥିବା ଛାତ୍ରଛାତ୍ରୀମାନେ ବେଲଗାଁ କଲେଜରେ ପଢୁଥିବାରୁ ଉକ୍ତ କଲେଜ କର୍ତ୍ତୃପକ୍ଷ ଅଡୁଆରେ ପଡିଯାଇଛନ୍ତି । ଅପରପକ୍ଷରେ ଏହି ଘରୋଇ କଲେଜରେ ଅଧ୍ୟାପକ/ଅଧ୍ୟାପିକା କିମ୍ବା ଅଧ୍ୟକ୍ଷଙ୍କୁ ଛାତ୍ରଛାତ୍ରୀମାନେ ଦେଖି ନଥିବା ଓ ଏହାର ଅଧ୍ୟକ୍ଷ ବେଲଗାଁ କଲେଜର ଅଧ୍ୟାପକ କିଶୋର ସାହୁ ବୋଲି ଅଭିଯୋଗ ହୋଇଛି। କିଶୋର ସାହୁ ତାଙ୍କ ପୁଅର ନାମରେ ଏହି କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ୍ ଖୋଲିଛନ୍ତି ବୋଲି କୁହାଯାଇଛି। ବିବିନାଛକରେ ମାତ୍ର ଗୋଟିଏ ଛୋଟ ଘର ତିଆରି ହୋଇଥିବା ଓ ବାକି ଶ୍ରେଣୀଗୃହ ଆଦି ନିର୍ମାଣାଧୀନ ଥିବା ଦେଖିବାକୁ ମିଳିଛି । ତେଣୁ 'ଏହି ଆଡମିଶନ୍ ନେଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ'ଣ ହେବ ?' ବୋଲି ଅଭିଭାବକ, ସ୍ଥାନୀୟ ନେତୃସ୍ଥାନୀୟ ଲୋକେ ଓ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ତନାଘନା ହେବାରୁ ତରବର ହୋଇ ଏହି ଘରୋଇ କଲେଜ ପକ୍ଷରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତର ଅବ୍ୟବହିତ ପୂର୍ବରୁ ଏକ ଟ୍ରାକ୍ଟରରେ  ଛାତ୍ରଛାତ୍ରୀଙ୍କ ପାଇଁ ବେଞ୍ଚ ଟେବୁଲ ବୁହାହୋଇ ଅଣାଯାଉଥିବା ଓ  କିଶୋର ସାହୁ ଫୋନ୍ କରି ପିଲାମାନଙ୍କୁ ପଢିବାକୁ ଆସିବାକୁ ଅନୁରୋଧ କରୁଥିବା କୌତୁହଳ ସୃଷ୍ଟି କରିଥିଲା ।

ଅପରପକ୍ଷରେ ଯୋଗାଯୋଗ କରାଯାଇଥିଲେ ହେଁ, ଏ ସମ୍ପର୍କରେ କଲେଜର ମାଲିକ କିଶୋର ସାହୁଙ୍କ ମତାମତ ମିଳିପାରି ନାହିଁ। ଏହାର ତଦନ୍ତରିପୋର୍ଟ ସରକାରଙ୍କ ଗଣଶିକ୍ଷା ବିଭାଗକୁ ପଠାଇଦିଆଯିବ ବୋଲି ଜିଲ୍ଲାପାଳକହିଥିବା ପ୍ରକାଶ 

ତେବେ ଏବେ ଜିଲ୍ଲାର ଏହି ଅଞ୍ଚଳର ଏଭଳି ତଥାକଥିତ କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ ବାବଦରେ ପ୍ରମୁଖ ଗଣମାଧ୍ୟମରେ ଘନଘନ ଖବର ପ୍ରସାରଣ, ରାଜନେତାଙ୍କର ସକ୍ରିୟତା ଓ ପ୍ରଶାସନ ତଥା ଶିକ୍ଷାବିଭାଗର ତତ୍ପରତା ପ୍ରକାଶ ପାଇଥିବା ବେଳେ କିଛିଦିନ ପୂର୍ବରୁ ଜିଲ୍ଲାର ଅନ୍ୟାନ୍ୟ ଏଭଳି ସ୍କୁଲ୍ ବା କଲେଜର ଅନିୟମିତତା ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ, କେହି ସ୍ବରୋତ୍ତଳନ କରି ନଥିଲେ ବା ସରକାର ନୀରବଦ୍ରଷ୍ଟା ସାଜିଥିଲେ । ମୁଖ୍ୟତଃ ଗଣଶିକ୍ଷାବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଓ ଏହି ବିଭାଗର ଦୁର୍ନୀତି ଯୋଗୁଁ ହିଁ ଏସବୁର ସୃଷ୍ଟି । 

ଦଶ/ବାର ଲକ୍ଷ ଟଙ୍କା ଜମା କରି ବିନା ଭିତ୍ତିଭୂମିରେ ବିଜ୍ଞାପନ ଦେଇ  ଲକ୍ଷାଧିକ ଟଙ୍କାର ଚାନ୍ଦା ସଂଗ୍ରହ କରି ଚାକିରୀ ବିକି ଚୁକ୍ତିଭିତ୍ତିକ ଅଧ୍ୟାପକ/ ଅଧ୍ୟାପିକା/ନନ୍ ଟିଚିଂ ଷ୍ଟାଫ୍ ନିଯୁକ୍ତି ଓ ନିଶ୍ଚିତ ପାସ୍ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ମୋଟାଅଙ୍କର ଫି' ସଂଗ୍ରହ କରି ଶେଷରେ ରାଜ୍ୟବାହାରର ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ , ଆସାମ ଆଦି ରାଜ୍ୟର ଡିଷ୍ଟାନ୍ସ କୋର୍ସ ବା ଜାଲ୍ ସାର୍ଟିଫିକେଟ୍ ବିକ୍ରିକରି ଏଭଳି ଅନେକ ତଥାକଥିତ ବା ଜାଲ୍ ସ୍କୁଲ୍/କଲେଜ ଚାଲିଛି । ବାରମ୍ବାର ଅଭିଯୋଗ ପ୍ରକାଶ ପରେ ମଧ୍ୟ ପ୍ରଶାସନ, ଶିକ୍ଷାବିଭାଗ ବା ଗତସରକାର ଏସବୁ ପ୍ରତି ଆଖିବୁଜି ଦେଇଥିଲେ।

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ର ଘୁନସର, ଦେଓଗାଁ ବ୍ଲକ୍ ର ଗଉଡଗୋଠ, ପୁଇଁତଳା ବ୍ଲକ୍ ର ବଇରାସର, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ର ଫାସେଡ୍ ଓ ନୂଆପଡା ଜିଲ୍ଲାର ଏପରି ଏକାଧିକ ତଥାକଥିତ କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ୍ ଅଦ୍ୟାବଧି ଗୋଚରରେ ରହିଛି ।  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ଶତାଧିକ ଜାଲ୍ ଓ ନକଲି ବା ଭୂତ କଲେଜ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଅନୁସନ୍ଧାନ କରାଗଲେ ସେସବୁର ପର୍ଦ୍ଦାଫାଶ୍ ହୋଇପାରିବ । ଅନ୍ତତଃ ତୃଣମୂଳ ସ୍ତରରେ ଉପଜିଲ୍ଲାପାଳମାନଙ୍କର ଚେତି ଶୋଇବା ବଦଭ୍ୟାସ ଛାଡୁ ଓ ସେମାନେ ନିଜ ନିଜ ଅଞ୍ଚଳର ତଥ୍ୟ ସରକାରଙ୍କୁ ଦିଅନ୍ତୁ। ଜିଲ୍ଲାପାଳମାନେ ସେମାନଙ୍କୁ ତାଗିଦ୍ କରନ୍ତୁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଶିକ୍ଷାବିଭାଗ ସେମାନଙ୍କର ଶିକ୍ଷାନୀତିର ସଂଶୋଧନ କରି ମନ୍ତ୍ରଣାଳୟ ବା ନିର୍ଦ୍ଦେଶାଳୟର ପରିଚାଳନା ସଜାଡନ୍ତୁ  !  ଏଇ ତଥାକଥିତ କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ ବା ଭୂତକଲେଜ ଭାତହାଣ୍ଡିରୁ ଗୋଟିଏ ।

ଏମିତି ବିନା ଭିତ୍ତିଭୂମି ବା ଯା'ଚ୍ଛା'ତା ଜାଗାଘରରେ କେଉଁଠି ବାପ- ଅଜା ତ କେଉଁଠି ବାପ-ମାଆ ତ କେଉଁଠି ଦେବାଦେବୀ ଙ୍କ ନାଁ'ରେ ମିଶନଶକ୍ତି ଘର ଓ ଗାଁ' କମ୍ୟୁନିଟି ସେଣ୍ଟର ବା   ରାସ୍ତାକଡ ବଜାରର ଦୋକାନଘର ଷ୍ଟଲ୍ ରେ ଏସବୁ ତଥାକଥିତ କଲେଜ ବନାମ ହାୟର ସେକେଣ୍ଡାରୀ ସ୍କୁଲ ଛତୁ ଫୁଟିଲା ପରି ଅତ୍ର ତତ୍ର ଯତ୍ର ଖୋଲିଛି । କୋଉଠି କେତେ ଧରିବ, ଧର  !


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026

You Might Also Like