-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
31-Jul-2024
ପ୍ରଧାନ ଶିକ୍ଷକ ତାଗିଦ କରିବାରୁ ହଷ୍ଟେଲ ଛାଡିଲେ 39 ଅନ୍ତେବାସୀ l ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ସର୍ବପୁରାତନ ସଂସ୍କୃତ ଟୋଲ କବିସୂର୍ଯ୍ୟନଗର ବିଦ୍ୟାପୀଠରେ l ବିଦ୍ୟାପୀଠର ହଷ୍ଟେଲରେ ରହି ପଢ଼ୁଥିବା ନବମ ଦଶମ ଶ୍ରେଣୀର ମୋଟ 44 ଛାତ୍ରଙ୍କ ମଧ୍ୟରୁ 39 ଛାତ୍ର ଆଜି ସକାଳୁ ହଷ୍ଟେଲ ଛାଡି କୁଆଡେ ଚାଲି ଯାଇଥିବା ଦେଖିବାକୁ ମିଳିଛି l ଗତବର୍ଷ ବିଦ୍ୟାପୀଠଟି 5-ଟି ରେ ରୂପାନ୍ତରିତ ହେବାପରେ ଅନ୍ତେବାସୀ ମାନେ ନାରାୟଣ ପୁର ଶାସନ ନିକଟ ବନ୍ଦ ବିଦ୍ୟାଳୟ କୋଠାରେ ରହୁଥିବା ବେଳେ ସେଠାରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ସମସ୍ତ ଶ୍ରେଣୀ ଛାତ୍ରୀ ରାତ୍ରୀଯାପନ ଲାଗି ସୁବିଧା ନହେବା କାରଣରୁ ନବମ ଦଶମ ଶ୍ରେଣୀ ଛାତ୍ର ମାନେ ରୂପାନ୍ତରିତ ନୂତନ କୋଠାରେ ରାତ୍ରୀଜାପନ କରୁଥିଲେ l ତେବେ ନୂତନ କୋଠା ଶୌଚାଳୟ ରେ ଲାଗିଥିବା ଟେପ ଗୁଡିକ ଛାତ୍ର ମାନେ ବାରମ୍ବାର ଭାଙ୍ଗିବା କାରଣରୁ ପ୍ରଧାନଶିକ୍ଷକ ସମସ୍ତଙ୍କୁ ଗାଳିକରି ଥିଲେ l ଏହି କାରଣରୁ ଛାତ୍ର ମାନେ ହଷ୍ଟେଲ ଛାଡିଥିବା କହିଛନ୍ତି ପ୍ରଧାନ ଶିକ୍ଷକ ଓ ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ର l ଅନ୍ୟପଟେ ଏହି ଛାତ୍ର ମାନେ କୁଆଡେ ଯାଇଛନ୍ତି ତାହାର ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାଥିବା ବେଳେ ଏନେଇ ପ୍ରଧାନ ଶିକ୍ଷକ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)