-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ରାଜ୍ୟ

କୁବେର ଅବକାରୀ ଯୁଗ୍ମ କମିସନରଙ୍କୁ ଗିରଫ କଲା ଭିଜିଲାନ୍ସ , ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ…

31-Jul-2024



ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳ): ଭୁବନେଶ୍ୱର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ର ଗିରଫ। ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହୋଇଛି। ଚାକିରି ଅବକାରୀ ଯୁଗ୍ମ କମିସନର୍‌। ଭଡ଼ା ଘରେ ରହନ୍ତି, ବାଇକ୍‌ରେ ଅଫିସ୍‌ ଯାଆନ୍ତି। ବର୍ଷକ ପରେ ଅବସର ନେଇଥା’ନ୍ତେ। କିନ୍ତୁ ଜୀବନସାରା ସାଦାସିଧା ଜୀବନଶୈଳୀ ବିତାଇ ଆସୁଥିବାଏପରି ଜଣେ ବ୍ୟକ୍ତି ଯେ କଳାଧନର ପାହାଡ଼ ଉପରେ ଠିଆ ହୋଇଛନ୍ତି, ଆଖି ଆଗରେ ଦେଖି ବି ଭିଜିଲାନ୍ସ ଅଧିକାରୀମାନେ ବି କିଛି ସମୟ ପାଇଁ ବିଶ୍ବାସ କରିନଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ୫୨ଟି ପ୍ଲଟ୍‌, ୬ଟି ବହୁତଳ କୋଠା, ୨ଟି ନାମୀଦାମୀ ଫ୍ଲାଟ୍‌, ଗୋଟିଏ ଡୁପ୍ଲେକ୍ସ, ବ୍ୟାଙ୍କରେ ୨୨ଲକ୍ଷର ଜମାରାଶି, ଗୋଟିଏ ଧାନ ମିଲ ସମେତ ଆହୁରି କେତେ କ’ଣ। ସଂପତ୍ତି ହିସାବ କରି କରି ଭିଜିଲାନ୍ସ ଅଧିକାରୀମାନେ ହାଲିଆ ହୋଇଗଲେ ପଛେ, କିନ୍ତୁ ତାଲିକା ସରିନି।

ଚଢ଼ଉ ପରେ ତାଙ୍କର ୧୦ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ମଦ ଦୋକାନ ପାଇଁ ଲାଇସେନ୍ସ ହେଉ ଅବା ମଦ ମାଫିଆଙ୍କଠାରୁ ବଟି; ବାବୁଜଣଙ୍କ କାହାରିକୁ ଛାଡ଼ୁ ନଥିଲେ। କିନ୍ତୁ ଚୋର ଘର ସବୁ‌ବେଳେ ଅନ୍ଧାର ନଥିବା ଭଳି ଶେଷରେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତିର ହିସାବ ମାଗିଥିଲେ ମଧ୍ୟ ରାମଚନ୍ଦ୍ର ମିଶ୍ର ଏହାର ଉତ୍ତର ଦେଇପାରିନଥିଲେ। ତେଣୁ ତାଙ୍କ ନାମରେ ମାମଲା ରୁଜୁ କରି ଅଟକ ରଖିଥିଲା। ଆଜି ଅବକାରୀ ଯୁଗ୍ମ କମିସର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜାଲାନ୍ସ।
 ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ଶ୍ରୀ ମିଶ୍ରଙ୍କ ଘର, ଅଫିସ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ବଲାଙ୍ଗୀର ଠିକାଦାରପଡ଼ାରେ ଥିବା ଗୋଟିଏ ତାଲା ବିଲ୍ଡିଂ, ଉକ୍ତ ଅଞ୍ଚଳରେ ଥିବା ଗୋଟିଏ ୩ତାଲା ବିଲ୍ଡିଂ, ବରଗଡ଼ରେ ଥିବା ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଅଧିକାରୀମାନେ ଚଢ଼ଉ କରିଥିଲେ। ସେହିପରି ସମ୍ବଲପୁର ଜିଲ୍ଲା ବୁର୍ଲାରେ ଥିବା ଗୋଟିଏ ଦୁଇ ତାଲା କୋଠା, ସୁବର୍ଣ୍ଣପୂର ଜିଲ୍ଲା ତରଭାରେ ଥିବା ତାଙ୍କର ପୈତୃକ ବାସଭବନ, କନ୍ଦରାପିତାରେ ଥିବା ସମ୍ପର୍କୀୟ ଘର, ସୁବର୍ଣ୍ଣପୁର ଜିଲ୍ଲା, ତରଭାରେ ଥିବା ଗୋଟିଏ ଚାଉଳ ମିଲ୍‌‌, ଖାରବେଳନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ଗୋଟିଏ ୨ବିଏଚ୍‌‌କେ ଫ୍ଲାଟ୍‌‌, ଖଣ୍ଡଗିରି, ଧର୍ମବିହାରରେ ଥିବା ଭଡ଼ା ଘର ଏବଂ ରୁପାଲି ଛକରେ ଥିବା ପିକଲ୍‌‌ ଅଫିସ୍‌‌ରେ ବି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ୧୦ଜଣ ଡିଏସ୍‌‌ପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

ଚଢ଼ଉ ପରେ ତାଙ୍କର ୧୦କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ଆକଳନ କରିଛି। ଭୁବନେଶ୍ୱର ଆଇଗିଣିଆରେ ଥିବା ଗୋଟିଏ ଡୁପ୍ଲେକ୍ସ ରହିଥିବା ବେଳେ ଖାରବେଳନଗର ଚନ୍ଦ୍ରମା ଆପାର୍ଟମେଣ୍ଟରେ ଥିବା ଗୋଟିଏ ୨ବିଏଚ୍‌‌କେ ଫ୍ଲାଟ୍‌‌, ବରଗଡ଼, ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୋଟିଏ ୨ବିଏଚ୍‌‌କେ, ବଲାଙ୍ଗୀର ଠିକାଦାରପଡ଼ାରେ ଗୋଟିଏ ତାଲା ବିଲ୍ଡିଂ, ବଲାଙ୍ଗୀର ଠିକାଦାରପଡ଼ାରେ ଆଉ ଗୋଟିଏ ୩ତାଲା ବିଲ୍ଡିଂ, ଠିକାଦାରପଡ଼ାରେ ଆଉ ଗୋଟିଏ ବିଲ୍ଡିଂ, ସମ୍ବଲପୁର ବୁର୍ଲାରେ ଗୋଟିଏ ଦୁଇ ତାଲା ବିଲ୍ଡିଂ, ସୁବର୍ଣ୍ଣପୁରରେ ଗୋଟିଏ ତାଲା କୋଠା, ସୁବର୍ଣ୍ଣପୁରରେ ଗୋଟିଏ ରାଇସ୍‌‌ ମିଲ୍‌‌, ସୁବର୍ଣ୍ଣପୁରରେ ଆଉ ଗୋଟିଏ ଫାର୍ମ ହାଉସ୍‌‌ ରହିଛି। ସେହିପରି ବାବୁଙ୍କର ୫୨ଟି ପ୍ଳଟ୍‌‌ ଠାବ କରାଯାଇଛି। ସମ୍ବଲପୁରରେ ୨ଟି ପ୍ଳଟ୍‌‌ ଥିବା ବେଳେ ବଲାଙ୍ଗୀରେ ୩ଟି ପ୍ଲଟ୍‌‌, ସୁବର୍ଣ୍ଣପୁରରେ ୪୭ଟି ପ୍ଲଟ୍‌‌ ରହିଛି। ଏହି ସବୁ ପ୍ଲଟ୍‌‌ର ମୂଲ୍ୟ ଭିଜିଲାନ୍ସ ଆକଳନ କରୁଛି। ତାଙ୍କର ବ୍ୟାଙ୍କ୍‌‌ ଜମା ୨୨ଲକ୍ଷ ଥିବା ବେଳେ ୨୩୦ ଗ୍ରାମର ସୁନା ଏବଂ ୩୧୭ ଗ୍ରାମର ରୁପା ଅଳଙ୍କାର ଠାବ କରାଯାଇଛି। ନଗଦ ଟଙ୍କା, ୩ଟି ବାଇକ୍‌‌ ଏବଂ ଘରର ଆସବାବପତ୍ର ମିଶି ୧୧.୨୫ ଲକ୍ଷ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତିର ହିସାବ ମାଗିଥିଲେ ମଧ୍ୟ ରାମଚନ୍ଦ୍ର ମିଶ୍ର ଏହାର ଉତ୍ତର ଦେଇପାରିନଥିଲେ। ତେଣୁ ତାଙ୍କ ନାମରେ ମାମଲା ରୁଜୁ କରି କରିଛି l ସୂଚନାଯୋଗ୍ୟ, ରାମଚନ୍ଦ୍ର ଅବକାରୀ ବିଭାଗର ସବ୍‌‌ଇନ୍ସପେକ୍ଟର ପଦବୀରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ସେ ଯୁଗ୍ମ କମିସନର୍‌ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ବର୍ଷ ସେ ଅବସର ନେଇଥା’ନ୍ତେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like