-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
24-Jul-2024
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ)- ଦେବୀଙ୍କ କୃପାରୁ ଗ୍ରାମର ମଙ୍ଗଳ ଓ ଶାନ୍ତି ସକାଶେ ବିଗତ ୬ବର୍ଷରୁ ଶ୍ରାବଣ ମାସର ପ୍ରଥମ ମଙ୍ଗଳବାର ଦିନ ସିନ୍ଧେକେଲା ମାଁ ଦ୍ୱାରସେହ୍ନି ମନ୍ଦିର ପ୍ରାଙ୍ଗଣରେ ଓଁ ନମଃ ଶିବାୟ ଅଖଣ୍ଡ ଜପ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏଥର ମଧ୍ୟ ଗତକାଲି ମଙ୍ଗଳବାର ଶ୍ରାବଣ ମାସର ପ୍ରଥମ ମଙ୍ଗଳବାର ସକାଳ ୬ ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଉକ୍ତ ଜପ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ଭାବରେ ବରିଷ୍ଠ ପଣ୍ଡିତ ଉମା ଶଙ୍କର ତ୍ରିପାଠୀ, ଗୁଲାମ ତ୍ରିପାଠୀ, ଲିକୁ ପାଢ଼ୀ ପ୍ରମୁଖ ଯୋଗଦେଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତା ଭାବେ ମାଁ ଦ୍ୱାରସେହ୍ନିଙ୍କ ମୁଖ୍ୟ ସେବାୟତ ଅରୁଣ କୁମାର ସିଂଦେଓ ଓ ଉଦିତ ନାରାୟଣ ସିଂଦେଓ ଯୋଗଦେଇ ତାଙ୍କ ଦ୍ୱାରା ପୂଜା କରାଯାଇ ଜପ କାର୍ଯ୍ୟକ୍ରମର ସୁଭାରମ୍ବ କରାଗଲା । ଅଖଣ୍ଡ ଜପ ଆରମ୍ଭବରେ ଦୁହିଁ କର୍ତ୍ତା ସମେତ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିଷ୍ଣୁ ପ୍ରସାଦ ପୂଜାରୀ, ଆଚାର୍ଯ୍ୟ ସୁରେନ୍ଦ୍ର ପଣ୍ଡା, ଶିକ୍ଷକ ଜଗଦୀଶ ପଣ୍ଡା, ଧରଣୀ ପଣ୍ଡା, କୃଷ୍ଣଚନ୍ଦ୍ର ଶତପଥୀ, ଶୁଭ୍ରାଂଶୁ ପଣ୍ଡା, ଅଗ୍ରୱାଲ ସଭା ସମ୍ପାଦକ ସୁନିଲ ଜୈନ, ତେରାପଂଥ ସଭା ସଂଗଠନ ସମ୍ପାଦକ ରାଜେଶ ଜୈନ ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ହୋଇଥିଲେ । ଗ୍ରାମର ସମସ୍ତ ବ୍ରାହ୍ମଣ ସମେତ ଦେବୀଙ୍କ ଅନ୍ୟ ସେବାୟତ ଗୋପୀ ସାହୁ, ଦୀପକ ସାହୁ, ସୋନୁ ଜୈନ ପ୍ରମୁଖ ଜପ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।