-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-Jul-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ବଡବିଲ ର ମଲ୍ଟି ପରପୋଶ ଇନଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଓଡିଶା କପ ପେଙ୍କକ ସିଲାଟରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ହାସଲ କରି ପୁଣି ଥରେ ଓଡିଶାକୁ ଗୌରବର ଶୀର୍ଷରେ ପହଞ୍ଚାଇଛି ବଲାଙ୍ଗିରର ଖେଳାଳି। ଜୁଲାଇ ୨୦ ଓ ୨୧ ରେ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ର ୧୭ ଟି ଜିଲ୍ଲା ରୁ ୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ସେହିଭଳି ବଲାଙ୍ଗୀର ଜିଲ୍ଲା ପେନକାକ ସିଲଟ ଆସୋସିଏସନ୍ ରୁ ୨ ଜଣ ପ୍ରତିଯୋଗୀ ଗୁରୁ ପ୍ରଶାନ୍ତ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଏହି ପ୍ରତିଯୋଗିତା ରେ ଯୋଗଦାନ କରିଥିଲେ । ସେଥିରୁ ପ୍ରିନ୍ସ ପାତ୍ର ଟେଣ୍ଡିଂ ଫାଇଟ ରେ କାଂସ୍ୟ ପଦକ ଏବଂ ତୁଙ୍ଗଲ ରେ ରୋପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ରେ ଗୁରୁ ପ୍ରଶାନ୍ତ ପାତ୍ର ରେଫ୍ରୀ ଭାବରେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ, ବଲାଙ୍ଗିର ଜିଲ୍ଲା ର ସଭାପତି ମହେନ୍ଦ୍ର କୁମାର ଦର୍ଜୀ ପ୍ରତିଯୋଗୀଙ୍କୁ ବିଜୟୀ ହେବାର ଶୁଭକାମନା ଜଣାଇଛନ୍ତି।