-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଓଡିଶା ବିଧାନସଭାରେ କଳିକେଶଙ୍କ ଶାଣିତସ୍ୱର,ବିଭିନ୍ନ ସମସ୍ୟାନେଇ ସରକାରଙ୍କୁ ପ୍ରଶ୍ନ

23-Jul-2024



ବଲାଙ୍ଗୀର(ପ୍ରେରଣା ଖବର): ଓଡିଶା ବିଧାନସଭାରେ ସବୁବେଳେ ବଲାଙ୍ଗୀରର ସ୍ୱର ଉଠିଛି । ଏବେ ବଲାଙ୍ଗୀର ସଦର ଆସନରେ ବିଧାୟକ ଥିବା କଳିକେଶ ନାରାୟଣ ସିଂଦେଓ ଜିଲ୍ଲାର ରାସ୍ତାଘାଟ ସମସ୍ୟାନେଇ ରାଜ୍ୟସରକାରଙ୍କୁ ଶାଣିତସ୍ୱରରେ ପ୍ରଶ୍ନ କରୁଛନ୍ତି । କଳିକେଶଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ, ଆଜି ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳ, ବଲାଙ୍ଗୀର ପୌରପାଳିକାର ରାସ୍ତାଘାଟ, ପୋଲନିର୍ମାଣ ତଥା ମରାମତି, ସରକାରୀ ଉଦ୍ୟୋଗରେ ଯୁବକଯୁବତୀଙ୍କ ନିଯୁକ୍ତି, ଜିଲ୍ଲାରେ ବନବିଭାଗ ପକ୍ଷରୁ ହୋଇଥିବା ବନୀକରଣ,ପଞ୍ଚାୟତମାନଙ୍କରେ ନିର୍ବାହୀ ଅଧିକାରୀ ନିଯୁକ୍ତି, ଶିକ୍ଷାନୁଷ୍ଠାନମାନଙ୍କୁ ବିଦ୍ୟୂତକରଣ ଇତ୍ୟାଦି ବିଷୟରେ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ କଳିକେଶଙ୍କ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାରେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ବିଜୁସେତୁ ଯୋଜନାରେ ମୋଟ ୯ଟି ର ନିର୍ମାଣକାର୍ଯ୍ୟ ଶେଷ ହୋଇଥିବା ବେଳେ ୪୮ଗୋଟି ସେତୁର କାମ ଚାଲିଛି । ସେହିପରି ୪ଟି ସେତୁ ନିର୍ମାଣ ପାଇଁ ଅଟକଳ ପ୍ରସ୍ତୁତ ହୋଇ ଟେଣ୍ଡର ପ୍ରକ୍ରୀୟାରେ ରହିଛି । ଟେଣ୍ଡର ପ୍ରକ୍ରୀୟାରେ ଥିବା ସେତୁ ମଧ୍ୟରେ ବଲାଙ୍ଗୀର ନିର୍ବାଚନମଣ୍ଡଳିର ଦେଓଗାଁ ବ୍ଲକର ସାଲେପାଲିଠାରୁ ସରଗାଡକୁ ସୋନଗଡ ନଦୀରେ ସେତୁ, ଟିଟିଲାଗଡ ନିର୍ବାଚନମଣ୍ଡଳିର ଲାନ୍ଥନଦୀରେ ଦୁଖଲଘାଟରୁ ଜାମିଲିସର ରୋଡରେ ସେତୁ, ଟାଙ୍ଗିଜୋର ନାଳାରେ ସିଲଣ୍ଡାରୁ ଚାଣ୍ଟିପଲାକୁ ସେତୁ ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିରେ ସୁନ୍ଦରନାଳାରେ ପୁଲସଖଣ୍ଡରୁ ଶ୍ରୀରାମ ପଞ୍ଚାୟତସମିତି ରୋଡକୁ ସେତୁ ରହିଥିବା ମନ୍ତ୍ରୀ ଉତ୍ତରରଖିଛନ୍ତି । ଠିକ ସେହିପରି ବଲାଙ୍ଗୀର ନିର୍ବାଚନମଣ୍ଡଳିର ବଲାଙ୍ଗୀର ସଦର ବ୍ଲକରେ ୨୫ଗୋଟି ଗ୍ରାମପଞ୍ଚାୟତରେ ସମୁଦାୟ ୩୦୨.୨୫ କିମି ପଞ୍ଚାୟତ ରାସ୍ତା ରହିଛି । ସେଥିରୁ ୮୧.୭କିମି ରାସ୍ତା କଂକ୍ରୀଟ, ପେଭରବ୍ଲକ କାମ ହୋଇଛି ଓ ୨୧୮.୮କିମି ମାଟି ରାସ୍ତା ରହିଛି । ଏହି ରାସ୍ତାଗୁଡିକୁ ବିଭିନ୍ନ ପର୍ଯ୍ୟାୟରେ ଜିପିଡିପି ଓ ବିପିଡିପି ତଥା ଅନ୍ୟାନ୍ୟ ଯୋଜନାରୁ କଂକ୍ରୀଟ ଓ ପେଭର ବ୍ଲକ କାମ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ରବିନାରାୟଣ ନାଏକ ଉତ୍ତର ରଖିଛନ୍ତି । ସେହିପରି ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ମାତ୍ର ୫୦ଟି ଶିକ୍ଷାନୁଷ୍ଠାନରେ ଜିଇଡି ବିଭାଗ ପକ୍ଷରୁ ବିଦ୍ୟୁତକରଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଏକ ଉତ୍ତର ରଖିଛନ୍ତି । ଠିକ ସେହିପରି ବଲାଙ୍ଗୀର ପୌରପାଳିକାରେ  ମୋଟ ୪୨୭.୨୭କିମି ରାସ୍ତା ରହିଥିବା ବେଳେ ସେଥିରୁ ୯୬.୧୫ କିମି ପିଚୁରାସ୍ତା,୧୨୧.୬୨ କିମି ସିମେଣ୍ଟ କଂକ୍ରେୀଟ ଓ ୨୦୯.୫୦କିମି ମେଟାଲ ଓ ଅଣମେଟାଲ ରାସ୍ତା ରହିଛି । ଏହି ମେଟାଲ ଓ ଅଣମେଟାଲ ରାସ୍ତା ମଧ୍ୟରୁ ୩୨.୪୫କିମି ରାସ୍ତାକୁ ପେଭରରାସ୍ତା କରିବାକୁ ଗତ ୨୦୨୩-୨୪ ଆର୍ôଥକବର୍ଷରେ ମଞ୍ଜୁରି ପ୍ରଦାନ କରା ଯାଇଛି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ  ଡ.କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ସେପଟେ ବଲାଙ୍ଗୀର ଜିଲ୍ଲାରେ ୧୪ଟି ବ୍ଲକଅଞ୍ଚଳର ଗ୍ରାମ ଗୁଡିକରେ ମୋଟ ୩୫,୦୩୫.୫୫ ହେକ୍ଟର ଗ୍ରାମ୍ୟଜଙ୍ଗଲ ରହିଛି । ସେଥିରୁ ଏପର୍ଯ୍ୟନ୍ତ ୧୩୮୧ ହେକ୍ଟରରେ ବନବିଭାଗ ବନୀକରଣ କରା ଯାଇଛି । ଆଗକୁ ଅନ୍ୟ ଜମିରେ ମଧ୍ୟ ବନୀକରଣ କରାଯିବ ବୋଲି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ  ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ ଉତ୍ତର ରଖିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like