-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-Jul-2024
ଡେଲାଙ୍ଗ (ଦିଲୀପ କୁମାର ଧାଉଡିଆ ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟମାଟିଆପଡା ଗ୍ରାମ ପଂଚାୟତ ତାଳେଶ୍ୱେର ମନ୍ଦିର ପରିସରରେ "ମା ପାଇଁ ଗଛ ଟିଏ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ମା ପାଇଁ ଗଛ ଟିଏ ଆହ୍ୱାନ ଦେବା ସହ ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଂ ଓ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ସମସ୍ତେ ବୃକ୍ଷ ରୋପଣ କରବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ ରଖିଥିଲେ ! ଏହି ପରିପ୍ରେକ୍ଷୀରେ ବିଧାୟକ ମନ୍ଦିର ପରିସରରେ ଆମ୍ବ, ପଣସ ଆଦି ବୃକ୍ଷ ରୋପଣ କରି ଶୁଭ ଆରମ୍ଭ କରିଥିଲେ!ଏଥିରେ ପଞ୍ଚାୟତ ର ଶତାଧିକ ମହିଳା ଏବଂ ପଂଚାୟତ ବାସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଗଡ଼ ମୋଟରୀ ମଣ୍ଡଳ ସଭାପତି ଶ୍ଵେତା କୁମାର ନାୟକ, ତୁଷାର କାନ୍ତ ବେହେରା,ଜ଼ିଲ୍ଲା ସମ୍ପାଦକ ବିଷ୍ଣୁଦତ୍ତ ବଡ଼ଜେନା, ପ୍ରିୟବର୍ତ ଜେନା, ପଂଚାୟତ ସଭାପତି ପ୍ରସନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ! ଶେଷରେ ଯୁବ ସମାଜସେବୀ ପ୍ରତ୍ୟୁଷ କୁମାର ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ !