-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
23-Jul-2024
ବଲାଙ୍ଗିର (ପ୍ରେରଣା ଖବର): ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ,ଆଦର୍ଶ ପଡା,ବଲାଙ୍ଗିରର କର୍ମକର୍ତ୍ତା ବୈଠକ ପୁଇନ୍ତଲା ବ୍ଲକ୍,ବନ୍ଧପଡା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପୂର୍ବ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ରକ୍ତଦାତା ତଥା ସମାଜସେବୀ ସଞ୍ଜୟ ମହାକୁଡଙ୍କୁ ଉପଢୌକନ,ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ସେପ୍ଟେମ୍ବର ମାସ ୧୪ ତାରିଖ
ରବିବାର ଦିନ ଅନୁଷ୍ଠାନର ୩ୟ ବାର୍ଷିକ ଉତ୍ସବ ପାଇଁ ବିଭିନ୍ନ ଉପ କମିଟୀ ଗଠନ କରି ଦାୟିତ୍ୱ ବଣ୍ଟନ କରାଯାଇଥିଲା । ରାଜ୍ୟ ସ୍ତରୀୟ ଏ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ବିଭିନ୍ନ
ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ପ୍ରତିଭା ଚୟନ କରି ସମ୍ମାନୀତ କରାଯିବ। ଓଡ଼ିଆ, ଇଂରାଜୀ, ହିନ୍ଦୀ ଓ ସଂସ୍କୃତ ଭାଷାର ଗବେଷଣାତ୍ମ ପୁସ୍ତକକୁ ପୁରସ୍କୃତ କରିବା ପାଇଁ
ନିଷ୍ପତ୍ତି ନିଆଗଲା । ଡ଼ା.ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଅମ୍ବରୀଶ କୁମାର ଦାଶ, ମୁଖ୍ୟ ବକ୍ତା ବ୍ରଜ କୃଷ୍ଣ ମିଶ୍ର, ସମ୍ପାଦକ କବିଶ୍ରୀ ନବକିଶୋର ବେହେରା ମଞ୍ଚାସୀନ ଥିବା ବେଳେ ଉପସଭାପତି ବୈଦ୍ୟ ଶିରୋମଣି ଝସକେତନ ଗୁରୁ ପରିଚୟ ତଥା ସଂଯୋଜନା କରିଥିଲେ। ଅଧ୍ୟାପକ ଦୁର୍ବାଦଳ ଘିବେଲା ଧନ୍ୟବାଦ ଅର୍ପଣ କରି ଥିଲେ । ପ୍ରାଧ୍ୟାପକ
ରଞ୍ଜନ କୁମାର ପାଣିଗ୍ରାହୀ,ଶାନ୍ତନୁ କୁମାର ପୂଜାହାରୀ, ବୀରେନ୍ଦ୍ର କୁମାର ଗଡୁଆ, ମଧୁସୂଦନ ଦାଶ,ପ୍ରଭାତ କୁମାରମିଶ୍ର, ରଘୁନନ୍ଦନ ସିଂ,ସମାରୁ ସେଲମା,ସତ୍ୟ ବସ୍ତିଆ,ସଞ୍ଜୀବ ସେଠ୍,ସତ୍ୟ ନାଏକ, ହିମାଂଶୁ ବଗର୍ତ୍ତୀ ଓ ମୋହନ ପଧାନ ସହଯୋଗ କରିଥିଲେ । ପରିଶେଷରେ ଅଶ୍ୱତ୍ଥ ଓ ଔଷଧୀୟ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ସମାପନ କରାଯାଇ ଥିଲା ।