-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ରାଜ୍ୟ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା

21-Jul-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ସଂପ୍ରତି ଜଣେ ଗୁଣିଆର ଭୁଲ୍ ଚିକିତ୍ସାରେ ଜଣେ ଯୁବତୀଙ୍କର ମୁଣ୍ଡରେ ଗତ ପ୍ରାୟ ଚାରି ବର୍ଷ ହେଲା ପୁରାଇ ଦିଆଯାଇଥିବା ୮୫ ଟି ଲୁହାକଣ୍ଟା ବନାମ ଛୁଞ୍ଚି ବନାମ ଇଞ୍ଜେକ୍ ସନ୍ ସିରିଞ୍ଜ କଢାଯିବା ଖବର ସାରା ରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ବ୍ଲକ୍ ର ଇଚ୍ ଗାଁ' ରେ । ବିଷ୍ଣୁ ବେହେରାଙ୍କର ଝିଅ ରେଶମା ବେହେରା(୧୯)ଙ୍କୁ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଜାମୁଟଝୁଲା ଗାଁ' ର ଗୁଣିଆ ତଥା କ୍ବାକ୍ ତେଜରାଜ ରଣା ଚିକିତ୍ସା ଆଳରେ ଏକ କୋଠରୀରେ ବନ୍ଦ କରି ତାଙ୍କ ମୁଣ୍ଡରେ ଚାରି ବର୍ଷତଳେ ଏତେଗୁଡାଏ ଛୁଞ୍ଚି ଫୋଡି ଦେଇଥିଲେ । କିଛିଦିନ ପରେ ଝିଅଟିର ମୁଣ୍ଡ ପଚିଯାଇ ଅସହ୍ୟ ଯନ୍ତ୍ରଣା ହେବା ସହ ଆପେ ଆପେ ଛୁଞ୍ଚି ବାହାରିଲା ପରେ ଘରଲୋକଙ୍କ ଦ୍ବାରା ୮ ଟି ଛୁଞ୍ଚି ବାହାର କରାଯାଇଥିଲା । ପରିବାର ପକ୍ଷରୁ ଝିଅଟିକୁ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା ଓ ସେଠାରେ ଥିବା ସରକାରୀ ଡାକ୍ତର କିଛି ହୋଇ ନଥିବା କହି ରୋଗିଣୀଙ୍କୁ ଫେରାଇ ଦେଇଥିଲେ । (ଏହି ଡାକ୍ତର ଜଣକ କିଏ ଓ ଅଦ୍ୟାବଧି କାହିଁକି ତାଙ୍କ ନାଁ' ଗଣମାଧ୍ୟମରେ ପ୍ରକାଶ ପାଇନଥିବା ସହ ତାଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଇନାହିଁ ଓ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏ ସମ୍ପର୍କରେ ତାଙ୍କୁ କୈଫିୟତ୍ ମଗାଗଲାଣି କି ନାହିଁ ; ଏହା ମଧ୍ୟ ତଦନ୍ତ ସାପେକ୍ଷ ।)

ଏହାପରେ ଝିଅଟିର ମୁଣ୍ଡର ଯନ୍ତ୍ରଣା ଆହୁରି ଗୁରୁତର ହୋଇ ପଡିବାରୁ ଘରଲୋକେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ହାସପାତାଳେ ଆଣି ଭର୍ତ୍ତି କରିଥିଲେ ଓ ଏହାପରେ ତାଙ୍କୁ ବୁର୍ଲା ଭୀମସାର ମେଡିକାଲ କଲେଜ ହାସପାତାଳକୁ ପଠାଯାଇଥିଲା। ସେଠାରେ ଏକ ୧୦ ଜଣିଆ ଡାକ୍ତରୀଦଳ ତା'ର ମୁଣ୍ଡର ଅସ୍ତ୍ରୋପଚାର କରି ୭୦ଟି ଓ ପରେ ଆହୁରି ୭ ଟି ଛୁଞ୍ଚି ବାହାର କରାଯାଇଥିଲା । ଏହା ଖବର ପ୍ରକାଶ ପାଇ ସାରାରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି କରିଛି ।

ତେବେ ଏଠାରେ ସମସ୍ତେ ଏଥିପାଇଁ ଝିଅଟିର ପରିବାରର ଲୋକ, ଅଞ୍ଚଳର ଅନ୍ଧବିଶ୍ବାସକୁ ଦାୟୀ କରୁଥିବା ବେଳେ, ବଲାଙ୍ଗୀର ଆଦି ଜିଲ୍ଲାରେ ସରକାରୀ ସ୍ବାସ୍ଥ୍ୟସେବା ଓ ଚିକିତ୍ସାରେ ଚରମ ଅବହେଳାକୁ ଉଠାଉ ନଥିବା ବିଡମ୍ବନାର ବିଷୟ । ମୁଖ୍ୟତଃ ସରକାରୀ ସ୍ବାସ୍ଥ୍ୟସେବା ଓ ଚିକିତ୍ସା ପ୍ରତି ଲୋକମାନଙ୍କର ଆସ୍ଥା ରହିନାହିଁ ଓ ଏଠାରେ ଏହା ବ୍ୟୟ ବହୁଳ ଏବଂ ଚିକିତ୍ସାବେପାରରେ ପରିଣତ ହୋଇପଡିଛି l

ବିଡମ୍ବନାର ବିଷୟ ଯେ, କ୍ରମାଗତ ଭାବରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ପଶ୍ଚିମଓଡିଶାର ଭାଗ ପଡିଆସୁଛି ।  ଝାରସୁଗୁଡା ବିଧାୟକ ନବ ଦାସଙ୍କ ପରେ ଅବିଭକ୍ତ ବଲାଙ୍ଗୀରଜିଲ୍ଲା ବନାମ ପଡୋଶୀ ସୁବର୍ଣ୍ଣୁପୁର ଜିଲ୍ଲାର ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପରେ ଏବେ ନୂଆ ମୋହନ ସରକାରରେ ବଲାଙ୍ଗୀରର ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ସଂପ୍ରତି ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି । 

କ୍ରମାଗତ ଭାବରେ ଗଣମାଧ୍ୟମରେ ଓ ଅନ୍ୟାନ୍ୟ ଜରିଆରେ ବିଶେଷତଃ ବଲାଙ୍ଗୀର ଜିଲ୍ଲାର ସରକାରୀ ସ୍ବାସ୍ଥ୍ୟସେବା, ଚିକିତ୍ସା ଓ ଏଥିରେ ବିଶୃଙ୍ଖଳା ବା ଅବହେଳା ସହିତ ତୃଟିବିଚ୍ୟୁତିର ଜନଅସନ୍ତୋଷ ଓ ଅଭିଯୋଗ ସମ୍ପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇ ଆସୁଛି ।  ଏଠାରେ ଭୀମଭୋଇ ମେଡିକାଲ କଲେଜର ହାସପାତାଳ ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟୁଥିବା ବିଭିନ୍ନ ଘଟଣା/ଦୁର୍ଘଟଣା ସମ୍ପର୍କରେ ମଧ୍ୟ ଆମ ପଡୋଶୀବ୍ଲକ୍ ର ସ୍ବାସ୍ଥ୍ୟମନ୍ତ୍ରୀ ନିହାତି ଅବଗତ ରହିଛନ୍ତି । ଏଠାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗରେ ଡାକ୍ତର ମାଡ ଖାଇବାଠାରୁ କ୍ଲିନିକ୍ ବା ଔଷଧ ଦୋକାନ ଖୋଲି ବିବାହିତ ଦୋକାନମାଲିକର ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣରୁ ଆତ୍ମହତ୍ୟାକୁ ଭିନ୍ନରୂପ ଦେଇ ଚପାଇଦେବା ଅଭିଯୋଗ, ଜଣେ ପୂର୍ବତନ ସିଡିଏମଓ ଘରୋଇ ହାସପାତାଲ ଖୋଲି ଭୀମଭୋଇ ମେଡିକାଲ କଲେଜ ହାସପାତାଳରୁ ନେଇଯାଇ ଅନଭିଜ୍ଞ ଡାକ୍ତରପୁଅଙ୍କ ଦ୍ବାରା ପ୍ରସୂତୀର  ଭେନ୍ କାଟି ପକାଇବାରୁ ମହିଳାଙ୍କର ମୃତ୍ୟୁ ଅଭିଯୋଗ, ଜିଲ୍ଲାରେ ଛତୁ ଫୁଟିଲା ପରି କ୍ବାକ୍ ବା ଠକବୈଦ୍ୟଙ୍କ ଚିକିତ୍ସାବେପାର ଓ ସରକାରୀ ଡାକ୍ତରଖାନାରେ ରୋଗୀଶୋଷଣ ଇତ୍ୟାଦି କୌଣସି ବିଷୟରେ ମୁଣ୍ଡ ଖେଳାଉ ନଥିବା ସମସ୍ତେ ଜାଣନ୍ତି ।

ମୁଖ୍ୟତଃ କ୍ବାକ୍ ମାନଙ୍କର ଠକଚିକିତ୍ସା ବିରୁଦ୍ଧରେ ସ୍ବାସ୍ଥ୍ୟମନ୍ତ୍ରୀ ଯଦି ସଚେତନ ନ ହେବେ, ଏଭଳି ଆହୁରି ଅନେକ ବିଚିତ୍ର ଘଟଣା ତାଙ୍କ ଜିଲ୍ଲାକୁ ବଦନାମ କରି ଚାଲିଥିବ ।  ଉଲ୍ଲେଖନୀୟ ଯେ ଏଇ ଘଟଣାର ଅଳ୍ପଦିନ ପୂର୍ବରୁ ଏହି ପ୍ରତିନିଧି ଜିଲ୍ଲାରେ ଗାଁ ଗାଁ ସହରାଞ୍ଚଳରେ ହଜାର ହଜାର କ୍ବାକ୍ ଙ୍କୁ ଧରପଗଡ ଅଭିଯାନ କରାଯିବାକୁ ସିଡିଏମଓ ଡା ପ୍ରଦୀପ କୁମାର ଗୁରୁଙ୍କୁ ପ୍ରସ୍ତାବ ଦେଇଥିଲା ଓ ସିଡିଏମଓ ମଧ୍ୟ ପ୍ରଥମେ ପ୍ରତ୍ୟେକ ପିଏଚସି ଜରିଆରେ ତଥ୍ୟସଂଗ୍ରହ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

କହିବାବାହୁଲ୍ୟ ଯେ, ପାଟଣାଗଡର ସାମଲ ଡାକ୍ତର , ଲାଠୋରର ପବିତ୍ର ବେହେରା, ବୁର୍ଡାର ବାତ ଡାକ୍ତର , ତୁଷୁରା ପିପଲମୁଡାର ପାରାଲିସିସ୍ ଡାକ୍ତର, ବିଭିନ୍ନ ସ୍ଥାନର ବଙ୍ଗାଳୀ ଡାକ୍ତରମାନଙ୍କ ସମେତ ଘରୋଇଚିକିତ୍ସା କରୁଥିବା ସରକାରୀ ସ୍ବାସ୍ଥ୍ୟକର୍ମଚାରୀମାନଙ୍କ ସହିତ ଅନଭିଜ୍ଞ ଅପାରଗ, ଅର୍ଥଖୋର୍ ତଥାକଥିତ ଡାକ୍ତରଙ୍କୁ ନେଇ ବ୍ୟୟବହୁଳ ଘରୋଇ ଆଧୁନିକ ଚକାଚକ୍ ହସ୍ପିଟାଲ ଖୋଲିଥିବା ଇତ୍ୟାଦି ସ୍ଥାନରେ ଏକ ଉଚ୍ଚସ୍ତରୀୟ ଚଢାଉ ଅଭିଯାନ ନିମନ୍ତେ ଲୋକେ ଦାବି କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like