-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ବୌଦ୍ଧରେ କନ୍ଧମାଳ ସାଂସଦଙ୍କ ବିଭାଗୀୟ ସମୀକ୍ଷା

18-Jul-2024



ବୌଦ୍ଧ(ଜୟାନନ୍ଦ ମିଶ୍ର ):କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗୁରୁବାର ଦିନ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ସାଂସଦ ଶ୍ରୀପାଣିଗ୍ରାହୀ ଜିଲାରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ କହିଥିଲେଯେ,

ଜିଲାର ବିକାଶ ପାଇଁ ସାମଗ୍ରୀକ ଉଦ୍ୟମର ଆବଶ୍ୟକତା ରହିଛି । ଆସନ୍ତା ୨୦୩୬ ରେ ଓଡ଼ିଶା ପ୍ରଦେଶ ଗଠନ ହେବାର ଶହେବର୍ଷ ପୂରଣ ହେବାକୁ ଯାଉଥିବାବେଳେ ତାହାକୁ ନେଇ ରାଜ୍ୟ ସରକାର ନିଜର କାର୍ଯ୍ୟଖସଡା ପ୍ରସ୍ତୁତ କରୁଛନ୍ତି । ରାଜ୍ୟର ଅନ୍ୟ ଜିଲାଗୁଡିକ ବିକାଶ ସ୍ରୋତରେ ସାମିଲ ହୋଇଥିବାବେଳେ ବୌଦ୍ଧଜିଲା ମଧ୍ୟ ପଛରେ ପଡିବନାହିଁ । ସେଥିପାଇଁ ନିଜର ପଦ ପଦବୀକୁ ନେଇ ମନରେ ଅହଙ୍କାର ନରଖି ତଳସ୍ତରରେ ରହିଥିବା ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କର ସମସ୍ୟା ବୁଝିବା ଏବଂ ତାହାର ସମାଧାନ କରିବାପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଶ୍ରୀପାଣିଗ୍ରାହୀ ପରାମର୍ଶ ଦେଇଥିଲେ । ଜିଲାରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବା ଓ ତାହାର ସଫଳତା ନେଇ ନିଜେ ନିଜର ଆତ୍ମ ସମୀକ୍ଷା କରିବା ଉଚିତ । ଅଧିକାରୀମାନେ ଭୟମୁକ୍ତ ହୋଇ ନିଷ୍ଠାର ସହିତ ଲୋକଙ୍କୁ ସେବା ଯୋଗାଇବାରେ ନିଜର କାର୍ଯ୍ୟ ସଂପାଦନ କରିବାକୁ ଶ୍ରୀପାଣିଗ୍ରାହୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରାଯାଇଥିଲା ।  ବୌଦ୍ଧଜିଲା ନକ୍ସଲ ପ୍ରବଣ ଭାବରେ ଚିହ୍ନଟ ହୋଇଥିବାବେଳ ଏଠାରେ ଶହେ କ୍ଷମତା ବିଶିଷ୍ଟ ପୁଲିସ ବ୍ୟାରେକ୍ ନିର୍ମାଣ କରାଯିବ । ବନ ବିଭାଗ ପକ୍ଷରୁ ବାଉଁଶ ଚାରା ରୋପଣ ପାଇଁ ପ୍ରୋତ୍ସାହନ ଯୋଗାଇଦେବା ସହିତ କୌଳିକ ବୃତି କରୁଥିବା ବାଉଁଶ କାରୀଗରଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ । ଅଗଷ୍ଟ ୧୫ ତାରିଖ ମଧ୍ୟରେ ନୂତନ ମେଡିକାଲ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାକୁ ଲୋକାର୍ପିତ କରାଯିବ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ରହୁନଥିବା କିମ୍ବା ଠିକ୍ ସମୟରେ ରୋଗୀଙ୍କୁ ସେବା ମିଳୁନଥିବା ଅଭିଯୋଗ ହେଉଥିବାବେଳେ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଏହାର ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ । ଜିଲା ମୁଖ୍ୟଚିକିତ୍ସାଳୟ ସମେତ ସମସ୍ତ ଜିକିତ୍ସାଳୟରେ ଖାଲିଥିବା ଡାକ୍ତର ପଦବୀ ପୂରଣ ,ରୋଗୀମାନଙ୍କୁ ବିଶୁଦ୍ଧ ପାନୀୟଜଳ,ସ୍ୱଛତା ଓ ଠିକ୍ ସମୟରେ ଚିକତ୍ସା ପ୍ରଦାନ କରାଯିବା ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ନିଶ୍ଚିତ କରାଇବା ସହିତ  ଅଙ୍ଗନବାଡି କେନ୍ଦ୍ର,ଧାନମଣ୍ଡି ଗୁଡିକରେ ମଧ୍ୟ ପାନୀୟଜଳ ଉପଲବ୍ଧ କରାଇବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବାକୁ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ବୌଦ୍ଧରେ ଛତୁ ଉତ୍ପାଦନ କେନ୍ଦ୍ର,ତାଲିମ କେନ୍ଦ୍ର,କଦଳୀ,ଆମ୍ଭ,ଅମୃତଭଣ୍ଡା ଓ ଲିଚି ଚାଷକୁ ପ୍ରୋତ୍ସାହନ ଯୋଗାଇଦେବାକୁ ଉଦ୍ୟାନ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଦୁଗ୍ଧ ଉତ୍ପାଦନ ଓ ବଜାର ବ୍ୟବସ୍ଥା,ଛେଳି ଚାଷକୁ ପ୍ରୋତ୍ସାହନ, ମତ୍ସ୍ୟ ବିଭାଗ ପକ୍ଷରୁ ଜିଅନ୍ତା ମାଛ ବିକ୍ରୟ ବ୍ୟବସ୍ଥା,ଆକ୍ୱାରିୟମ ପାଇଁ ମାଛ ପ୍ରସ୍ତୁତି ତାଲିମ, ଜାଆଁଳା ଉତ୍ପାଦନ ବୃଦ୍ଧି,ମୃତିକା ସଂରକ୍ଷଣ ,ସେରିକଲଚର ଏବଂ ଜଳଛାୟା ମିଶନ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ ବୃବସ୍ଥା କରାଇବାକୁ ପରାମର୍ଶ ଦିଆଯାଇଥିଲା । ବୌଦ୍ଧ ଏକ କୃଷିପ୍ରଧାନ ଜିଲା ହୋଇଥିବାବେଳେ ଜଳସେଚନ ବ୍ୟବସ୍ଥା ଦୃଢିକରଣ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।  କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆଡିବନ୍ଧ ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ.ଉଠାଜଳସେଚନ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷମ ନଥିବା ପ୍ରକଳ୍ପ ଗୁଡିକୁ ସଚଳ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ଏହାବ୍ୟତୀତ ମନମୁଣ୍ଡା ତେଲ ନଦୀ ଉପରେ ସୁଉଚ୍ଚ ସେତୁ ନିର୍ମାଣ,ମନମୁଣ୍ଡାଠାରୁ ମାଧପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯିବ । ବାରମ୍ବାର ବିଦ୍ୟୁତ ବିଭ୍ରାଟ ଉପରେ ଦୃଷ୍ଟି ଦିଆଯିବା ସହିତ କଣ୍ଟାମାଳବ୍ଲକରେ ନୂତନ ଗ୍ରୀଡ ନିର୍ମାଣ କରାଯିବା ଉପରେ ପଦକ୍ଷେପ ନେବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲାରେ ଛାତ୍ରବୃତି,ବିଦ୍ୟାଳୟ ପୋଷାକ,ପାନୀୟଜଳ ଓ ମଧ୍ୟାହ୍ନଭୋଜନ ସଂପର୍କରେ ସମୀକ୍ଷା କରାଯିବା ସହିତ ବୌଦ୍ଧରେ ଏକ ନୂତନ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ବୌଦ୍ଧରେ ନିର୍ମାଣ ପାଇଁ ସାଂସଦ ଶ୍ରୀପାଣିଗ୍ରାହୀ ବୈଠକରେ ପ୍ରସ୍ତାବ ରଖିଥିଲେ । ମହାନଦୀ ଆଳତୀ ଘାଟକୁ ହରିଦ୍ୱାର ଓ ବାରାଣାସୀ ଭଳି ରିଭର ଫ୍ରଣ୍ଟ ପ୍ରକଳ୍ପରେ ସାମିଲ କରି ମହାନଦୀ କୂଳେ କୂଳେ ରିଂ ରୋଡ,ଚଲାପଥ,ଜିମ୍ ଆଦି

ନିର୍ମାଣ କରି ପର୍ଯ୍ୟଟକମାନଙ୍କୁ କିପରି ଆକୃଷ୍ଟ କରାଯାଇ ପାରିବ ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ୩୫ଟି ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଥିଲା । ଜିଲାପାଳ ଜେ. ସୋନାଲ,ଏସପି ରାଜ ପ୍ରସାଦ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲାପରିଷଦର ମୁଖ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like