-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Jul-2024
ବଲାଙ୍ଗିର କଣ୍ଟାମାଳ((ଜୟ କୁମାର ମହାରଣାଙ୍କ ରିପୋର୍ଟ ):ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ l ସୂଚନା ପ୍ରକାରେ କଣ୍ଟାମାଳ ବ୍ଲକ ଖମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୫ଜଣ ଶିକ୍ଷକ ରହିଛନ୍ତି l ସେଥି ମଧ୍ୟରୁ ଶିକ୍ଷକ ସଚ୍ଚିଦାନନ୍ଦ ନାଏକଙ୍କୁ ଆଶ୍ରେଗାଁ ବିଦ୍ୟାଳୟକୁ ବଦଳି କରାଯାଇଥିବାରୁ ଏହାର ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି l ଶିକ୍ଷକ ବଦଳି ବାତିଲ କରା ନଗଲେ ଅନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡିବ ବୋଲି କହିଛନ୍ତି ଅଭିଭାବକବୃନ୍ଦ l ଫଳରେ ଶିକ୍ଷକ ମାନେ ବିଦ୍ୟାଳୟକୁ ଆସିଥିଲେ ହେଁ ବାହାରେ ରହିଥିଲେ l ତେବେ ସନ୍ଧ୍ୟାସୁଦ୍ଧା ଶିକ୍ଷା ବିଭାଗର କୌଣସି ଅଧିକାରୀ ଆସି ନଥିବା ଜଣା ପଡିଛି l ଏନେଇ କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ସନୋଜ ସେଠିଙ୍କୁ ଯୋଗାଯୋଗ କରିବାରୁ ସମଗ୍ର ଓଡିଶା ସ୍ତରରେ ସଂସ୍ଥାପନ ଯୋଗୁଁ ବରିଷ୍ଠ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ପ୍ରେରଣ କରାଯାଇଛି ବୋଲି କହିଛନ୍ତି l