-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଘଟଣା ମହଙ୍ଗା ପଡ଼ିଲା, ରସକିଆ ଶିକ୍ଷକ ଘନଶ୍ୟାମ କାର୍ଯ୍ୟରୁ ନିଲମ୍ବିତ, (୨୨ଦିନ ପରେ ବି ଅଭିଯୁକ୍ତକୁ ପୋଲିସ ଧରିବାରେ ବିଫଳ)

14-Jul-2024



ବିନିକା(ହିମାଂଶୁ ଶେଖର ପୁଟେଲ): ଜଣେ ଅଙ୍ଗନୱାଡି କର୍ମୀଙ୍କୁ କାର୍ଯ୍ୟରତ ଜଣେ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ଓ ମରଣାତ୍ମକ ଆକ୍ରମଣ କରିବାର ୨୨ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ଏଥିରେ ସଂପୃକ୍ତ ଶିକ୍ଷକ ଓ ତାର ସହଯୋଗୀକୁ ପୋଲିସ ଗିରଫ କରିପାରିନାହିଁ ।ଫଳରେ ସାଧାରଣ ଲୋକଙ୍କ ସୁରକ୍ଷାର ହତାକର୍ତ୍ତା ପୋଲିସର କାର୍ଯ୍ୟ ଦକ୍ଷତାକୁ ସନ୍ଦେହ ସୃଷ୍ଟି କରିଛି।ଅନ୍ୟପଟରେ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ବି କାର୍ଯ୍ୟରତ ଅଭିଯୁକ୍ତ ଶିକ୍ଷକ କାର୍ଯ୍ୟରେ ଯୋଗଦାନ ନକରିବାରୁ ଶୁକ୍ରବାର ବିନିକା ବିଇଓ କାର୍ଯ୍ୟାଳୟରୁ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଘଟଣା ଘଟିବାର ଦୁଇଦିନ ପରେ ଅଭିଯୁକ୍ତ ଶିକ୍ଷକ ଘନଶ୍ୟାମ ମୁଦୁଲି ନିଜର ସ୍ବାସ୍ଥ୍ୟ ସମସ୍ୟା ବାହାନା ନେଇ ଦୁଇଦିନ ଛୁଟି ରହିଥିଲେ । ପରେ ବିଧିବଦ୍ଧ ଭାବେ ସ୍କୁଲରେ ଯୋଗଦାନ କରି କର୍ତ୍ତବ୍ୟ କରିବା କଥା ହେଲେ ପୁଣି ସ୍ବାସ୍ଥ୍ୟ ସମସ୍ୟା ନେଇ ବିନିକା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ନିକଟକୁ ୧୫ଦିନ ଛୁଟିର ଦରଖାସ୍ତରର ଅବିକଳ କପି ସ୍ଥାନୀୟ ସ୍କୁଲର କାର୍ଯ୍ୟରତ ଶିକ୍ଷକ ବଟକୃଷ୍ଣ ଭୋଇଙ୍କୁ ଦେବା ସହ ଏଲିମେଣ୍ଟାରି ଏଚଏମ ଗ୍ରୁବରେ ପଠାଇଥିଲେ ଯାହାକି ବିଇଓ ନଟ ଏପ୍ରୁଭ କରିଥିଲେ ।ପୁନର୍ବାର ଅଭିଯୁକ୍ତ ଶିକ୍ଷକ ଜୁଲାଇ ୧୦ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଛୁଟି ଦରଖାସ୍ତ କରିବାରୁ ବିଇଓ ତାକୁ ନଟ ଏପ୍ରୁଭ କରି ଜଏନ ଡ୍ୟୁଟି ଇମିଡିଏଟଲି ଏଣ୍ଡ ବି ଫିଜିକାଲି ପ୍ରେଜେନ୍ତ ବିଫୋର ମି ଇନ ବିଇଓ ବିନିକା । ଅଲସୋ କୋପେରେଟ ପୋଳିସ ଇନଭେଷ୍ଟିଗେସନ । ଡିଭାଇଟେସନ ଷ୍ଟିକଲି ଡିସପିଲିନାରୀ ଏକସନ ବୋଲି ଉତ୍ତର ଦେଇଥିଲେ । ତଥାପି ବି  ଅଭିଯୁକ୍ତ ଶିକ୍ଷକ ଜଣକ କାର୍ଯ୍ୟରେ ଯୋଗଦାନ କଲେନାହିଁ ।ତେବେ ବିଇଓ ଦେଇଥିବା ସୂଚନା ଅନୁସାରେ ସିଆରସିସିଙ୍କ ଜରିଆରେ କାର୍ଯ୍ୟରେ ଯୋଗଦାନ ନେଇ ଘରକୁ ଚିଠି ପଠାଇଥିଲେ ।ହେଲେ ସେ ଫେରାର ଥିବାରୁ ଚିଠି ସିଆରସିସି ଫେରସ୍ତ କରିଥିଲେ ।ପରେ ପୁନର୍ବାର ନିଜେ ବିଇଓ ସାତ ଦିନ ମଧ୍ୟରେ କାର୍ଯ୍ୟରେ ଯୋଗଦାନ କରିବା ନେଇ ଚିଠି କରିବାରୁ ଅଭିଯୁକ୍ତଙ୍କ ବାପା ତାହା ରିସିଭ କରିଥିଲେ ।କିନ୍ତୁ ବେଖାତିର ଅଭିଯୁକ୍ତ ଶିକ୍ଷକ ବର୍ତମାନ ସୁଦ୍ଧା କାର୍ଯ୍ୟରେ ଯୋଗଦାନ ନକରିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିନିକା ବିଇଓ ଲକ୍ଷ୍ମଣ ମିଶ୍ର ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି ।ପ୍ରକାଶ ଥାଉ କି ଯେ ବିନିକା ବ୍ଲକ ବାଉଁସୁଣି ଗ୍ରାମର ୧ନଂ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଘରେ ଏକୁଟିଆ ଥିବା ବେଳେ ନକଟାମୁଣ୍ଡା ସ୍କୁଲର ଶିକ୍ଷକ ଘନଶ୍ୟାମ ଓ ତାର ସହଯୋଗୀ ଏକାଦସିଆ ମଲ୍ଲିକ ଜୁନ ମାସ ୧୯ତାରିଖ ରାତିରେ ଘରକୁ ଯାଇ ୱାଇଟନର ମାଗିବାରୁ ଅଙ୍ଗନୱାଡି କର୍ମୀ ଘର ଭିତରକୁ ନେଇ ଯାଉଥିବା ବେଳେ ତାର ସୁଯୋଗକୁ ହାତଛଡ଼ା ନକରି ଶିକ୍ଷକ ଜଣକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ସହ ମାଡ ମାରି ମରଣାତ୍ମକ ଆକ୍ରମଣ କରିଥିଲେ ।ଅଙ୍ଗନୱାଡି କର୍ମୀ ଜଣକ ଏନେଇ ଗତ ୨୨ତାରିଖରେ ବିନିକା ଥାନାରେ ଅଭିଯୋଗ କରିବାରୁ ପୋଲିସ ତରଫରୁ ମାମଲା ରୁଜୁ ହୋଇଛି ।ତାର ଦିନକ ପରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଦେଷ୍ମା ନେଗି ବିନିକା ଥାନାକୁ ଆସି ଅଭିଯୁକ୍ତ ଶିକ୍ଷକକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।ସେହିପରି ଜୁଲାଇ ୪ତାରିଖରେ  ବିନିକା ଏନଏସି  ସମୀକ୍ଷା କରିବାକୁ ଆସିଥିବା ବୀରମହାରାଜପୁର ବିଧାୟକ ଇଞ୍ଜିିନିୟର ରଘୁନାଥ ଜଗଦଲା ମଧ୍ୟ ଏହି ଶିର୍ଷକାତର ପ୍ରସଙ୍ଗରେ ସ୍ଥାନୀୟ ପୋଲିସ ଅଭିଯୁକ୍ତକୁ ଗିରଫ ନକରିବା ନେଇ  ଅସନ୍ତୋଷ ପ୍ରକାଶ କରିଥିଲେ । ଡ୍ୟୁଟିରେ ଖିଲାପ ଯୋଗୁଁ ଅଭିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷା ବିଭାଗ କାର୍ଯ୍ୟରୁ ନିଲମ୍ବିତ କଲା ହେଲେ  ଅଭିଯୁକ୍ତ ଶିକ୍ଷକଙ୍କ ଫେରାର ହେବା ଘଟଣା ୨୨ଦିନ ବିତିଗଲା ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେବ ନା ନାହିଁ ତାହା ସମୟ ହିଁ କହିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like