-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
09-Jul-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହେଲାପରେ କନ୍ଧମାଳ ସଂସଦୀୟ କ୍ଷେତ୍ରର କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଖୁଣ୍ଟିଗୋରା ସ୍ୱାଗତ କାର୍ଯ୍ୟ କ୍ରମ ଠାରେ ନବନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପହଂଚି ଥିଲେl
ସେଠାରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ କଣ୍ଟାମାଲ ବିଧାୟକ କନହେଇ ଡାଙ୍ଗଙ୍କୁ ସ୍ୱାଗତ ସମର୍ଦ୍ଧନା ଦିଆଯାଇ ଥିଲା ମତଦାତା ତାଙ୍କର ବହୁ ମୂଲ୍ୟ ଭୋଟ ଦେଇ ତାଙ୍କୁ ବିଜୟୀ କରିଥିବାରୁ ମତଦାତାଙ୍କୁ ସ୍ୱାଗତ ସମର୍ଦ୍ଧନା କାର୍ଯ୍ୟ କ୍ରମରେ ସାଂସଦ ଶ୍ରୀ ପାଣିଗ୍ରାହୀ ଓ ବିଧାୟକ ଶ୍ରୀ ଡାଙ୍ଗ ମତଦାତାଙ୍କୁ ଧନ୍ୟବାଦ ଜଣାଇବା ସଂଗେ ସଂଗେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ଦିଗରେ ଦୃଷ୍ଟିଦେବାକୁ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟ କ୍ରମରେ ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ଯୁବ ବିଜେପି ସଭାପତି ଅଟଳ ପ୍ରଧାନ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶନୀ ରଥ, ପୂର୍ବତନ ରାଜ୍ୟ ବୟନିକା ସଭାପତି ଶେଷକୁମାର ମେହେର, ଘଣ୍ଟାପଡ଼ା ବିଜେପି ମଣ୍ଡଳ ସଭାପତି ପିନାକଧର ରଣା, ଜିଲ୍ଲା ପ୍ରଭାରୀ କୃଷ୍ଣ ମିଶ୍ର,ବରିଷ୍ଠ ବିଜେପି ନେତା ନବିନ ମହାପାତ୍ର, ଆଦିବାସୀ ନେତା ତଥା ବିଜେପି ନେତା ଡମ୍ବରୁ କହଁର ଯୁବନେତା ଓମ୍
ପ୍ରକାଶ ମିଶ୍ର, ଶ୍ରୀକାନ୍ତ ମିଶ୍ର,ଦିପକ ବାରିକ, ଗୋପାଳ ପୁରୋହିତ,ଘଣ୍ଟାପଡ଼ା ଆଦିବାସୀ ମଣ୍ଡଳ ସଭାପତି ଗୋପୀନାଥ କହଁର, ସୂର୍ଯ୍ୟ ଦେହୁରୀ ତୀର୍ଥ ବାସି ରଣା,ଶିବକମ୍ପ, ଦେବାର୍ଚନ ନାଏକ ସୁଦର୍ଶନ ବଘାର, ରାମତଣ୍ଡୀଙ୍କ ସମେତ ବିଜେପିର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ l ସେହିପରି ଆମ୍ବଗାଁ, ଘଣ୍ଟାପଡା, ମଳିକୁଦ, କଣ୍ଟାମାଲ, ଋଣ୍ଡିମହୁଲ, ପଳସାଗୋରା, ଖଟ ଖଟିଆ ଠାରେ ସ୍ୱାଗତ, ସମର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା l