-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
07-Jul-2024
ଲୋଇସିଂହା, (ବିନୋଦ କୁମାର ଦୀପ) ପଞ୍ଚସ୍ତରୀ ବନ ମହୋତ୍ସବ ସପ୍ତାହ ଲୋଇସିଂହା କଲେଜ ଏନସିସି ପକ୍ଷରୁ ପାଳିତ ହୋଇଯାଇଛି l ଏଥିରେ ଏନସିସି କେପଟେନ ପ୍ରଦୀପ ବଗର୍ତି ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଲେଜ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଜ୍ରମୋହନ ବିଶୋଇ, ସମ୍ମାନିତ ଅତିଥି ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ ହରପାଲ, ସାମ୍ବାଦିକ ସଂଘ ସଭାପତି ତଥା ଆଲୁମିନି ସଭାପତି ଲୋଇସିଂହା ଶ୍ରୀ ସରୋଜ ବିଶ୍ୱାଳ, ସୁରସଂଗମ ସାଂସ୍କୃତିକ ସଂଘ ସମ୍ପାଦକ ସରୋଜ ମହାକୁର, ସିନିଅର ଡିଭିଜନ ର ସମସ୍ତ ଏନସିସି କ୍ୟାଡ଼େଡ଼ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ରେ ଲୋଇସିଂହା ବନବିଭାଗ ଫରେଷ୍ଟର ବାବୁଲା ଦାସ ସହିତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ମହୋତ୍ସବ ରେ ବିଭିନ୍ନ ପ୍ରକାର ଗଛ ରୋପଣ କରାଗଲା l ଶେଷରେ ଆଦିବାସୀ ନେତା ଶ୍ରୀ ଗୋବର୍ଦ୍ଧନ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ l