-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
07-Jul-2024
ନବରଙ୍ଗପୁର -(ମିହିର ଶଙ୍କର ପାତ୍ର,) ଡାବୁଗାଁ ରେ ରଥାରୂଢ଼ ହେଲେ ଶ୍ରୀ ଜିହୁ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ଡାବୁଗାଁ। ଛେରାପହଁରା କଲେ ମନ୍ଦିରରେ ଉପସଭାପତି ଜି.ପାନ୍ତୁଲୁ ରାଓ । ଆଜି ରଥଯାତ୍ରାରେ ଯୋଗଦେଇ ରଥ ଟାଣିଲେ ସ୍ଥାନୀୟ ବାସିନ୍ଦା ମାନଙ୍କ ସହ ପୂର୍ବତନ ସଂସଦ ପ୍ରତିନିଧି ଆପ୍ପା ରାଓ, କେଲିଆ ମନ୍ଦିର ପରିଚାଳନା କମିଟି ସଂପାଦକ ଦେବରାଜ ପାତ୍ର, , ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ ,ମନ୍ଦିର ଉପସଭାପତି ଜି ପାନ୍ତୁଲୁ ରାଓ, ଜିଲ୍ଲା ୱେବମିଡିଆ ସମ୍ପାଦକ ମିହିର ଶଙ୍କର ପାତ୍ର, ସୂର୍ଯ୍ୟ ସୁବୁଦ୍ଧି,ଭାଗବନ ଖୁଣ୍ଟିଆ,କୁନୁ ପାତ୍ର, ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଧୁମଧାମରେ ପାଳିତ ହେଲା ରଥଯାତ୍ରା। ଡାବୁଗାଁ ବ୍ଲକ ତଥା ପାପଡାହାଣ୍ଡି ଓ ଝରିଗାଁ ବ୍ଲକ ରୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ଭଗବାନ ବଳଭଦ୍ର,ଜଗନ୍ନାଥ ଓ ମାଁ ସୁଭଦ୍ରା ଙ୍କୁ ଦର୍ଶନ କରିଥିଲେ।