-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

୧୯୦୯ ପରେ ୧୯୭୧ ମସିହା, ପୁଣି ୫୩ ବର୍ଷ ପରେ ୨୦୨୪ରେ ବିରଳ ଶ୍ରୀଗୁଣ୍ଡିଚା ଯାତ୍ରା । ଏକାଦିନକେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା

07-Jul-2024



ପୁରୀ(ମଧୁସ୍ମିତା ତ୍ରିପାଠୀ ): ୧୯୦୯ ପରେ ୧୯୭୧ ମସିହା, ପୁଣି ୫୩ ବର୍ଷ ପରେ ୨୦୨୪ରେ ବିରଳ ଶ୍ରୀଗୁଣ୍ଡିଚା ଯାତ୍ରା । ଏକାଦିନକେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା । ଏଭଳି ଦିବ୍ୟ ମୁହୂର୍ତ୍ତରେ ସାମିଲ ହୋଇଛନ୍ତି ଅଗଣିତ ଭକ୍ତ । ବଡ଼ଦାଣ୍ଡ ଭାବଭକ୍ତିମୟ । ଉତ୍କଣ୍ଠିତ ଭକ୍ତଙ୍କ ନଜର ସିଂହଦ୍ୱାର ଉପରେ । କେତେବେଳେ ବାଇଶି ପାହାଚରେ ଉଭା ହେବେ କାଳିଆ ସାଆନ୍ତ ।ପଲକେ ଦର୍ଶନରେ ଧନ୍ୟ ହୋଇଯିବ ଚର୍ମନେତ୍ର । ଭକ୍ତ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉ ନାହିଁ । ବରଂ ନିଜ ସଂସାର ତଥା ଶ୍ରୀମନ୍ଦିର ଛାଡ଼ି ଅସଂଖ୍ୟ ଭକ୍ତଙ୍କୁ ଦେଖିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ମହାପ୍ରଭୁ । ଭଗବତ୍ ସତ୍ତାରେ ଲୀନ ହେବ ସାଂସାରିକ ମୋହ । ଭାବଭକ୍ତିରେ ଏକାକାର ହୋଇଯିବେ ଭଗବାନ ଓ ଭକ୍ତ । ଘଣ୍ଟାକୁ ଘଣ୍ଟା ବଡ଼ଦାଣ୍ଡରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭଜନ କୀର୍ତ୍ତନରେ କମ୍ପୁଛି ରଥ ପଥ । ସବୁରି ପ୍ରତୀକ୍ଷା ସେହି ଦିବ୍ୟ

କ୍ଷଣକୁ । ସିଂହଦ୍ୱାରରେ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛି ରଥତ୍ରୟ । ରଥାରୂଢ଼ ହେବେ ଦାରୁବ୍ରହ୍ମ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିବ ରଥ । ମହାପ୍ରଭୁଙ୍କୁ ବକ୍ଷରେ ଧାରଣ କରି ଧନ୍ୟ ହୋଇଯିବ ପବିତ୍ର ବଡ଼ଦାଣ୍ଡ । ସେଥିପାଇଁ ଉତ୍କଣ୍ଠିତ ରଥ, ପଥ ଓ ଅଗଣିତ ଭକ୍ତ । ପ୍ରଶାସକ ଓ ସେବକଙ୍କ ଆଖିରେ ନିଦ ନାହିଁ । ପ୍ରସ୍ତୁତି ସତ୍ତେ୍ୱ ଏକମାତ୍ର ଆକାଂକ୍ଷା ପ୍ରଭୁକୃପା । କାରଣ କୁହାଯାଏ ମହାପ୍ରଭୁଙ୍କ ନିର୍ଦ୍ଦେଶ ବିନା ପତ୍ର ବି ହଲେନି । ଏଥର ପୁଣି ତିନି ଦିନର ନୀତିକାନ୍ତି ଗୋଟିଏ ଦିନରେ । ଏଥି ସହ ବହୁଗୁଣରେ ଶ୍ରଦ୍ଧାଳୁଙ୍କ ଆଗମନ । ଅଧିକ ବର୍ଷାର ସମ୍ଭାବନା ସାଙ୍ଗକୁ ଭିଭିଆଇପିଙ୍କ ଉପସ୍ଥିତି ବି ଚାଲେଞ୍ଜ୍ । ହେଲେ ଯେ କୌଣସି ସ୍ଥିତିରେ ଠାକୁରଙ୍କ ତିନି ରଥ ଟଣାଯିବା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି ସେବକ ଓ ପ୍ରଶାସକ । ଶ୍ରୀବିଗ୍ରହଙ୍କ ପହଣ୍ଡି ଅପରାହ୍ଣ ୧ଟା ୧୦ରେ ଆରମ୍ଭ ହୋଇ ୫ଟାରେ ରଥ ଟଣା ଯିବ ବୋଲି ସମୟ ଧାର୍ଯ୍ୟ ହୋଇଛି ।

ରଥ ଯାତ୍ରା ପାଇଁ ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରେ ମଙ୍ଗଳ ଆଳତି ବଢ଼ି ଅଣସର ତାଟି ଫିଟିବ ୩ଟାରେ । ଅନ୍ୟାନ୍ୟ ନୀତି ହୋଇ ନେତ୍ରୋତ୍ସବ ବନ୍ଦାପନା ହେବ ୪ଟାରେ । ଏଥି ସହ ଅନ୍ୟାନ୍ୟ ନୀତି ସହ ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳ ଧୂପ ଅବସରରେ ଖେଚୁଡ଼ି ଭୋଗ ହେବ ପ୍ରାତଃ ୬ଟାରୁ ୭ଟା ମଧ୍ୟରେ । ସକାଳ ସାଢ଼େ ୭ରୁ ସାଢ଼େ ୧୨ ମଧ୍ୟରେ ଦାରୁଦିଅଁଙ୍କ ସେନାପଟା ଲାଗି ସମ୍ପନ୍ନ ହେବ । ଏହା ହେଉଛି ଶ୍ରୀଜିଉଙ୍କ ପହଣ୍ଡିର ପୂର୍ବ ପ୍ରସ୍ତୁତି । ପୂର୍ବାହ୍ନ ୧୧ଟାରେ ରଥ ପ୍ରତିଷ୍ଠା । ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ସରି ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ ୧ଟା ୧୦ମିନିଟ୍ରେ । ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ । ୩ଟାରେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ରଥରେ ବିଜେ ହେବେ । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ

ଅପରାହ୍ଣ ୫ଟାରେ ରଥଯାତ୍ରାର ବିଶେଷ ପର୍ବ ରଥଟଣା ଆରମ୍ଭ ହେବ । ଅତ୍ୟଧିକ ନୀତି ରହୁଥିବାରୁ କୌଣସି ପ୍ରକାରେ ତିନି ରଥକୁ କିଛି ଦୂର ହେଲେ ମଧ୍ୟ ଟାଣି ନେବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି । ରଥ ଟଣା ବନ୍ଦ ହେଲେ ରଥ ଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ରଥଯାତ୍ରାରେ ସେବା ପ୍ରଦାନ ପାଇଁ ହଜାର ହଜାର ସ୍ୱେଚ୍ଛାସେବୀ ତତ୍ପର । ପୁଲିସ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ନିମନ୍ତେ ମାଜିଷ୍ଟ୍ରେଟ ଓ ଫୋର୍ସଙ୍କୁ ମୁତୟନ କରାଯାଇଛି । ଚଳିତ ବର୍ଷ ରଥଯାତ୍ରାରେ ରଥଟଣା ଦୁଇଦିନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଶ୍ରୀକ୍ଷେତ୍ରରେ ବଢ଼ିଛି । ରବିବାର ଓ ସୋମବାର ସରକାରୀ ଛୁଟି ଥିବାରୁ ଲୋକେ ଏବେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like