-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
07-Jul-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ସପ୍ତାହ ପାଳିତ ହେଉଥିବା ବେଳେ ମହୁଲ ପଡା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଗୌର ହରି ମେହେରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜ ସେବୀ ସଞ୍ଜୀବ କୁମାର ପାତ୍ର,ଫରେଷ୍ଟ ଅଫିସର ଗଗନ ବିହାରୀ ହଂସ ମୁଖ୍ୟ ବକ୍ତା ।ବିଶିଷ୍ଟ ଅତିଥି ଡ଼ା ମୋହନ ଖମାରୀ,ସମ୍ମାନିତ ଅତିଥି ଭାବେ ଫରେଷ୍ଟ ଅଫିସର ଶିବ ରାମ ପଟେଲ,ସାମ୍ବାଦିକ ରାମ ନାଥ ପଣ୍ଡା,ସମାଜ ସେବୀ ବନ ବିହାରି ହଂସ,ଫରେଷ୍ଟ ଗାର୍ଡ ନନ୍ଦିନୀ ସୁନାନି ଓ ଜୟନ୍ତୀ ମାଝୀ ମଞ୍ଚାସିନ ଥିଲେ ।ବିଦ୍ୟାଳୟର ଖେଳ ଶିକ୍ଷକ ଦେବାଶିଷ ଯୋଶୀଙ୍କ ନିର୍ଦ୍ଦେଶନାରେ କଳର ପାର୍ଟି ଓ ସ୍କାଉଟ ଗାଇଡ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହ ପାଛୋଟି ନେଇଥିଲେ । ବରିଷ୍ଠ ଶିକ୍ଷକ ବିଘ୍ନ ରାଜ ସୂପକାର ମଞ୍ଚ ପରିଚାଳନା କରିଛନ୍ତି ।ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ହଂସ ୧୯୫୦ ମସିହାରୁ ଆଜି ଯାଏଁ ସମାଜ ପରିବର୍ତ୍ତନରେ ଭୌଗଳିକ ପରିବର୍ତ୍ତନର ପ୍ରଭାବ ଜନ ସମାଜରେ କେତେ କ୍ଷତି କରୁଛି ଏବଂ ସେହି କ୍ଷତି ଆମ୍ଭେମାନେ ସହ୍ୟ କରିଚାଲିଛୁ ତାହା ବିବିଧ ଉଦାହରଣ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଯୋଗାଇବା ନିମିତ୍ତ ଉପସ୍ଥାପନ କରିଥିଲେ ।