-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
07-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) କୋଶୋଳେଶ୍ୱର ଉଚ୍ଚ ବିଦ୍ୟାଳୟ ସୋନପୁର ବ୍ଲକ ଡୁଙ୍ଗୁରିପାଲି ଠାରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସାମୁହିକ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋନପୁର ବନଖଣ୍ଡ ଅଧିକାରୀ ମଦନ ଲାଲ୍ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିରୂପେ ବନାଞ୍ଚଳ ଅଧିକାରୀ ସୁବାସ ମହାପାତ୍ର ଏବଂ ବନପାଲ ଭକ୍ତବନ୍ଧୁ ମିଶ୍ର ଯୋଗଦେଇ ବୃକ୍ଷରୋପଣ ର ଆବଶ୍ୟକତା ତଥା ଉପଯୋଗୀତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଶ୍ରୀ ଶର୍ମା" ମାଁ ପାଇଁ ଗଛ ଟିଏ" ଲଗାଇବା ସକାଶେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଅନୁରୋଧ କରିଥିଲେ। ଏହି ଉପଲକ୍ଷେ ପ୍ରାୟ ୫୦ ଗୋଟି ଔଷଧୀୟ ଗଛ ଛାତ୍ର ଛାତ୍ରୀ ଓ ଅତିଥି ଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା। ବିଦ୍ୟାଳୟର ଇକୋ କ୍ଲବ୍ ଏବଂ ଶକ୍ତି କ୍ଳବ୍ ର ମାର୍ଗଦର୍ଶକ ଶିକ୍ଷକ ସଞ୍ଜୟ କୁମାର ପଧାନ,ବିଜ୍ଞାନ ଶିକ୍ଷକ ଚକାନୟନ ମେହେର,ଏକାଦଶ ବର୍ଗେଇ,ନନ୍ଦିନୀ ମହାନା,ଖେଳ ଶିକ୍ଷକ ଜୟନାରାୟଣ ମିଶ୍ର ତଥା ଅନ୍ୟ ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ପଛ ପାର୍ଶ୍ଵରେ ଥିବା ପଡ଼ିଆରେ ଏକ " ଔଷଧୀୟ ବୃକ୍ଷ ବଗିଚା" ସୃଷ୍ଟି କରିବାକୁ ସହଯୋଗ କରିବା ସକାଶେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ପ୍ରଧାନଶିକ୍ଷକ ଅନୁରୋଧ କରିଥିଲେ। ପରିଚାଳନା କମିଟି ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପଲିଆ ,ବସନ୍ତ ଭୋଇ,ପୁଷ୍ପାଞ୍ଜଳି ନାୟକ ,ଅନିଲ କୁମାର ସେଠୀ,ବାଳମୁକୁନ୍ଦ ସେଠି, ଚମାର ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ।