-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସହର ର କୋଶଳ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି | ବୃକ୍ଷ ଆମର ଦେବତା, ବୃକ୍ଷ ରୋପଣ କରିବା ଦ୍ଵାରା ମାନବ ଜୀବନ ସଂଚାରଣରେ ସହାୟକ ହୋଇଥାଏ ଓ ଉତ୍ତମ ସବୁଜିମା ପରିବେଶ ଯୋଗାଇଥାଏ ବୋଲି ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପରମା ନାଏକ ଅଭିଭାଷଣ ରଖିଥିଲେ | ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଚେତନ ସଭାରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଭାଇ ଭଉଣୀମାନେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗାଇଡ୍ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମିତା ରାଣୀ ନାୟକ ଓ ସ୍କାଉଟ୍ ଶିକ୍ଷକ ଶ୍ରୀମାନ ରାଜେଶ ବଗର୍ତ୍ତୀ ମିଳିତ ଭାବେ ସଂଯୋଜନା କରିଥିଲେ |ବିଦ୍ୟାଳୟ ଓ ଖେଳ ପଡିଆ ପରିସରରେ ନିମ୍ବ, ଆମ୍ବ, ଗମ୍ଭାରି ଏବଂ ବିଭିନ୍ନ ପ୍ରଜାତିର ଚାରା ତଥା ଫୁଲଗଛ ରୋପଣ କରାଯାଇଥିଲା ନେତାଜୀ ସ୍କାଉଟ୍ ଟ୍ରୁପ୍ ର ସ୍ଵେଚ୍ଛାସେବୀ, ରାଣୀ ଲକ୍ଷ୍ମୀବାଈ ଗାଇଡ୍ କମ୍ପାନୀ ତଥା ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗାମୀ ଦିନରେ ରୋପଣ କରାଯାଇଥିବା ବୃକ୍ଷର ଉପଯୁକ୍ତ ଯତ୍ନ ନେବେ ବୋଲି ଶପଥ ପାଠ କରିଥିଲେ | ଶେଷରେ ବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଶିକ୍ଷକ ଶୀଯୁକ୍ତ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |