-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ପୌର ପରିଷଦ ପକ୍ଷରୁ ସହରର ମୁଖ୍ୟ ରାସ୍ତାରେ ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି। ନାଳ ଉପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଘର ଓ ଦୋକାନ ପାଇଁ ପ୍ରତି ବର୍ଷ ନାଳ ସଫା କରିବା ପୌର ପ୍ରଶାସନ ପାଇଁ ମୁଖ୍ୟ ସମସ୍ୟା ହୋଇଥିଲା। କେତେକ ଦୋକାନୀ ୟୁଜର ଫିଜ୍ ଦେଉ ନ ଥିବାରୁ ସେହି ସ୍ଥାନ ରେ ୟୁଜର୍ ଫିଜ ବାବଦ ରେ ୧୦୦୦ ଟଙ୍କା ଲେଖାଏଁ ରସିଦ କାଟି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। କେତେକ ଦୋକାନୀ ଙ୍କ ଟ୍ରେଡ ଲାଇସେନ୍ସ ନ ଥିବା, ପ୍ରତି ମାସ ୟୁଜର୍ ଫିଜ୍ ନ ଦେବା, ନାଳ ଉପରେ ସଫା କରିବା ଅସୁବିଧା ସତ୍ତ୍ୱେ ଦୋକାନୀ ମାଲିକଙ୍କ ଖାମଖିଆଲି ମୋନଭାବ ଯୋଗୁଁ ପୌର ପ୍ରଶାସନ ଏହି ପଦକ୍ଷେପ ନେଇଥିବା ପୌର ଅଧିକାରୀ ପ୍ରକାଶ କରିଛନ୍ତି। ନିର୍ବାହୀ ଅଧିକାରୀ ମନରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ସୋନପୁର ଥାନା ଅଧିକାରୀ ରମେଶ ମାହାଣାଙ୍କ ସମେତ ଏଏସଆଇ ଦେବାଶିଷ ସାହୁ, ସୁଶୀଲ ବିଶି ଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହିତ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଗକୁ ରଥଯାତ୍ରାରେ ରଥ ସହରର ଏହି ମୁଖ୍ୟ ରାସ୍ତା ଦେଇ ଯାଉଥିବାରୁ ଏହି ରାସ୍ତା ପ୍ରଶସ୍ତିକରଣ ଦିଗରେ ପୌର ଅଧିକାରୀ ଧ୍ୟାନ ଦେଇଥିବାରୁ ବୁଦ୍ଧଜୀବୀ ମହଲରେ ପ୍ରଶଂସା କରିଛନ୍ତି। ଜବରଦଖଲ ହଟାଇବାକୁ ପୌର ପରିଷଦ ପକ୍ଷରୁ ପୂର୍ବରୁ ବାରମ୍ବାର ସୂଚନା ଦେଇଥିବା ଜଣା ଯାଇଛି l