-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
06-Jul-2024
ବଲାଙ୍ଗିର(ଚିତ୍ରସେନ ବେହେରା ): ସ୍ଥାନୀୟ ପତିତପାବନ ଏକାଡେମୀର ପ୍ରଧାନ ଶିକ୍ଷକ ସିନୁସୁନ୍ଦର ପାଢ଼ୀଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟର ଏନାର୍ଜି , ଇକୋ କ୍ଲବ, ଏନ୍ ସି ସି, ଜେ ଆର୍ ସି ଏବଂ ସ୍କାଉଟ୍ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରବୃନ୍ଦ ଙ୍କ ଦ୍ଵାରା ବନ ମହୋତ୍ସବ ସପ୍ତାହ ପାଳନର ସଚେତନତା ଶୋଭାଯାତ୍ରା ତଥା ବିଦ୍ୟାଳୟ
ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥାନୀୟ ଗୋପବନ୍ଧୁ ସ୍ବେଚ୍ଛାସେବୀ ସଂଘ ର ସଭ୍ୟ ମାନେ ସହଯୋଗ କରିଥିଲେ । ଇକୋ କ୍ଲବ ବିଭାଗୀୟ ଶିକ୍ଷୟିତ୍ରୀ ଶ୍ରୀମତୀ ଧନବନ୍ତି ବରିହା ଙ୍କ ସଂଯୋଜନା ରେ ବିଦ୍ୟାଳୟ ରେ ଛାତ୍ର ମାନଙ୍କ ମଧ୍ୟ ରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଏବଂ ବିଦ୍ୟାଳୟର ସହକର୍ମୀ ବୃନ୍ଦ ଏଥି ରେ ସହଯୋଗ କରିଥିଲେ ।