-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ରତନ ଭୋଇ ପଂଚାୟତ ସମିତି ହାଇସ୍କୁଲ ର ଭାରତ ସ୍କାଉଟ ଗାଇଡ଼ ସୌଜନ୍ୟ ରେ ଶୁକ୍ରବାର ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ କର୍ଲାମୁଣ୍ଡା.ବିଡ଼ିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ, ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ,ସାମ୍ବାଦିକ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପାଶା ସେକ୍ସନ ଅଫିସର ସିବାନନ୍ଦ ପାତ୍ର ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ର ଆବଶ୍ୟକ ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କିରାଣୀ ପ୍ରଦୀପ କୁମାର ମାଝୀ, ସାମାଜିକ କର୍ମୀ ବବୃବାହନ ମିଶ୍ର ଯୋଗ ଦେଇଥିଲେ।