-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
ବୋଡ଼େନ - (ରାମନାଥ ପଣ୍ଡା )
ଜାତୀୟ ସେବା ସଂସ୍ଥା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ କିଶୋର କୁମାର କର୍ଣ୍ଣଙ୍କ ତତ୍ତ୍ଵାବଧାନରେ ୭୫ ତମ ବନ ମହୋତ୍ସବ ସପ୍ତାହ ୨୦୨୪ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅବନୀ ଖମାରୀ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ଜେ ଏମ ଏଫ୍ ସି ବୋଡ଼େନ ବିଚାରପତି ଶୁ ଶ୍ରୀ କଲ୍ୟାଣୀ ଦାସ,ସମ୍ମାନିତ ଅତିଥି ଭାବେ ବୋଡ଼େନ ବନ୍ୟାଞ୍ଚଳ ଅଧିକାରୀ ଦୁର୍ଯ୍ୟୋଧନ ଦୀକ୍ଷିତ,ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ,ସତ୍ୟ ସାଇ ସେବା ସଂଗଠନ ରୁ ପରମେଶ୍ବର ପାଣିଗ୍ରାହୀ ମଞ୍ଚାସିନ ଥିଲେ ।ବୃକ୍ଷ ରୋପଣ ଓ ପରିବେଶ ସନ୍ତୁଳନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜଳ ବାୟୁ ପରିବର୍ତ୍ତନ ,ପରିବେଶ ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ଅତିଥିଗଣ ମତ ରଖିଥିଲେ । ମାଁ ପାଇଁ ବୃକ୍ଷଟିଏର ବାର୍ତ୍ତା ନେଇ ଅତିଥି ମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସର ଭିତରେ ଆମ୍ବ ବୃକ୍ଷ ରୋପଣ କରାଯାଇଥିଲା ।ବୃକ୍ଷ ଗୁଡ଼ିକର ଯତ୍ନ ନେବା ଅର୍ଥାତ୍ ଲାଳନ ପାଳନ ଦାୟୀତ୍ୱ ଛାତ୍ର ଛାତ୍ରୀଙ୍କୁ ଅର୍ପଣ କରାଯାଇଛି ।ସତ୍ୟ ସାଇ ସେବା ସଙ୍ଗଠନ ବୋଡ଼େନ,ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୂଆପଡ଼ା ଶାଖା,ବୋଡ଼େନ ବନ୍ୟାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ,ବିଦ୍ୟାଳୟର କର୍ମଚାରୀ ଓ ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ଯୋଗଦାନ କରିଥିଲେ।ଡଃ କର୍ଣ୍ଣ ଧନ୍ୟବାଦ୍ ଅର୍ପଣ କରିଥିଲେ ।