-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ - ସମସ୍ତ ଜଳ ସେଚିତ ଜମି କୁ ନିଶ୍ଚିତ ଚି଼ହ୍ନଟ ପାଇଁ ଗୁରୁତ୍ୱାରୋପ - କୃଷକ ଙ୍କ କୃଷି ସମସ୍ୟା କୁ ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ପରାମର୍ଶ

05-Jul-2024



ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି  ବୈଠକ ଅତିରିକ୍ତ ଜିଲ୍ଲାପାଳ  ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଖରିଫ୍ ରୁତୁ ପାଇଁ ଧାନ ଏବଂ ସମସ୍ତ ପ୍ରକାର ଅଣଧାନ ଚାଷ ସହିତ ପଞ୍ଜିକୃତ ବିହନ, ସାର ଓ କୀଟନାଶକ ଯୋଗାଣ ,ଜଳ ସୁ ପରିଚାଳନା ସହ ମୃତ୍ତିକା ପରୀକ୍ଷଣ, ବଜାର ଉପଲବ୍ଧ, ଯାନ୍ତ୍ରିକ କୃଷି, କୃଷକଙ୍କ ଦକ୍ଷତା ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ତଥା ଅନ୍ୟାନ୍ୟ କୃଷି ସମ୍ୱନ୍ଧୀୟ  ବିଷୟ  ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା I ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ଃ ବିଭୁତି ଭୂଷଣ ମିଶ୍ର ସମସ୍ତଙ୍କୁ ସ୍ଵାଗତ କରି ସଭାର ଆଭିମୁଖ୍ୟ ଏବଂ ଜିଲ୍ଲାର କୃଷିକ୍ଷେତ୍ରରେ ବିଗତ ବର୍ଷର କାର୍ଯ୍ୟକାରିତା ଓ ଚଳିତ ଖରିଫ୍ ୠତୁ ରେ ଜିଲ୍ଲାର କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ପାଇଁ  ରହିଥିବା ଲକ୍ଷ୍ୟ ଧାର୍ଯ୍ୟ ଓ କାର୍ଯ୍ୟ ଖସଡ଼ାକୁ ପାୱାର ପଏଣ୍ଟ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ l ଏହି  ରୁତୁରେ   ଜିଲ୍ଲାରେ  ୭୭୧୦୦ ହେକ୍ଟରରେ ଧାନ ଚାଷ କରାଯାଇ ୪୧୨୨୫୮ ମେଟ୍ରିକ ଟନ , ଡାଲି ୧୬୨୦୦ ହେକ୍ଟର ରେ ଚାଷ କରାଯାଇ ୧୨୯୩୦ ମେଟ୍ରିକ ଟନ, ତୈଳବୀଜ ୪୦୫୦ ହେକ୍ଟରରେ ୨୭୦୦ ମେଟ୍ରିକ ଟନ , ତନ୍ତୁ ଜାତୀୟ ୬୧୭୦ ହେକ୍ଟର ଚାଷ କରାଯାଇ ୧୯୭୪ ମେଟ୍ରିକ ଟନ, ପନିପରିବା ୨୧୬୦୦ ହେକ୍ଟର ଚାଷ କରାଯାଇ ୩୬୪୯୫ ମେଟ୍ରିକ ଟନ, ମସଲା ୧୦୦୦ ହେକ୍ଟର ଚାଷ କରାଯାଇ ୧୮୩୩ ମେଟ୍ରିକ ଟନ ଏବଂ  ଆଖୁ  ୦୩ ହେକ୍ଟର ଜମିରେ ଚାଷ କରାଯାଇ ୨୮୨୦ ମେଟ୍ରିକ ଟନ ଉତ୍ପାଦନ କରିବା ପାଇଁ  ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l ସେହିପରି ୫୬୧. ୫ ହେକ୍ଟର ଜମିରେ ଉଦ୍ୟାନ କୃଷି ଚାଷ  କରାଯିବାକୁ ଲକ୍ଷ୍ୟ ରହିଥିବା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା l ଚଳିତ ବର୍ଷ ସମୁଦାୟ ୧୨୮୧୬୧. ୫ ହେକ୍ଟର ଧାନ, ଅଣ ଧାନ ତଥା ଉଦ୍ୟାନ କୃଷି ନିମନ୍ତେ ଚାଷ ଉପଯୋଗୀ ଜମି ଚି଼ହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୨୦୯୦୧ ହେକ୍ଟର ଜମିକୁ ବିଭିନ୍ନ ଉତ୍ସ ରୁ ଜଳସେଚନ ସୁବିଧାର ବ୍ୟବସ୍ଥାରହିଥିବା ସୂଚନା ପ୍ରଦାନ କରାଯାଇଛି l ଜିଲ୍ଲାକୁ ଧାର୍ଯ୍ୟ ପରିମାଣ ମୁତାବକ ୧୨୪୩୭ ମେଟ୍ରିକ ଟନ ଚାଷ ନିମିତ୍ତ ରାସାୟନିକ ସାର, କୀଟନାଶକ ଆସିଥିବା ଡି ଏ ଓ ଶ୍ରୀ ମିଶ୍ର ସୂଚୀତ କରିଥିଲେ l ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ କୃଷି ଏବଂ  ଆନୁସଙ୍ଗିକ ସମସ୍ତ  ବିଭାଗର  ଅଧିକାରୀ ମାନଙ୍କୁ ସମ୍ବୋଧନ କରି  ଚାଷୀଙ୍କ ନିମନ୍ତେ  ସରକାରୀ ଯୋଜନା ସହିତ ଚାଷ ସମ୍ୱନ୍ଧୀୟ ବିଭିନ୍ନ ସାମଗ୍ରୀର ରିହାତି ବ୍ୟବସ୍ଥା କୁ ଉପଲବ୍ଧତା ଓ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି l ପୁନଶ୍ଚ ଅଣ ଜଳସେଚିତ ଅଂଚଳ ରେ ଅଣଧାନ ଯଥା  କପା, ଡାଲି, ତୈଳବୀଜ, ପନିପରିବା ,କଦଳୀ, ଛତୁ ଚାଷ ଓ ଉଦ୍ୟାନକୃଷି ଉପରେ ଗୁରୁତ୍ୱାରୋପ କରି ଚଳିତ ବର୍ଷର କୃଷିବୀମା ର ଅଗ୍ରଗତି ସହ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରିଛନ୍ତି l ଯାହା ଜିଲ୍ଲାର ଚାଷୀ ମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ l ଏହା ସହିତ ଜିଲ୍ଲାରେ ମୃତ୍ତିକା ପରୀକ୍ଷଣ କୁ ବ୍ୟାପକ କରିବା ସହିତ ବିଭିନ୍ନ ବର୍ଗର ହିତାଧିକାରୀ ମାନେ କୃଷି ଉଦ୍ୟୋଗ ସ୍ଥାପନା କରିବାରେ ସହଯୋଗ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଏହା ସହିତ ଜିଲ୍ଲାର କୃଷି ଓ କୃଷକଙ୍କ ହିତାଦୃଷ୍ଟି ରୁ ସାର, ବିହନ ଯୋଗାଣ ଓ ଜଳସେଚନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାର ନିରାକରଣ କରିବା ପାଇଁ ଆନ୍ତରିକତା ସହିତ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗ ର କାର୍ଯ୍ୟକ୍ରମ ର ରୂପ ରେଖ ବୈଠକରେ ଉପସ୍ଥାପିତ କରିଥିଲେ l ଅନୁଷ୍ଠିତ ବୈଠକରେ   କୃଷି ବିଭାଗର ସମସ୍ତ ଅଧିକାରୀ ମାନଙ୍କ ସହିତ,  ଉଦ୍ୟାନ କୃଷି,  ଜଳ ସେଚନ,  କେନାଲ ଡିଭିଜନର ଯନ୍ତ୍ରୀ,  ଯୋଗାଣ ବିଭାଗ, ସେବା ସମବାୟ ଅଧିକାରୀ,ମାର୍କଫେଡ୍  ଅଧିକାରୀ, ନାବାର୍ଡ ତଥା ବିଭିନ୍ନ ଲାଇନ ବିଭାଗ ର  ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like