-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
ଲୋଇସିଂହା, (ପ୍ରେରଣା ଖବର) ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସଂଗ ଡିଗ୍ରୀ କଲେଜ ଠାରେ ଲୋଇସିଂହା ବନ ବିଭାଗ ପକ୍ଷରୁ ବନୋ ମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l ଏହି ପରିପ୍ରେକ୍ଷୀରେ ଲୋଇସିଂହା ବନ ବିଭାଗ ପକ୍ଷରୁ ଉକ୍ତ କଲେଜ ପରିସରରେ ଅନେକ ଗଛ ଲଗାଗଲା l କଲେଜ ର ଅଧ୍ୟକ୍ଷ ବିଜୟ କୁମାର କଲେତ, ଅଧ୍ୟାପକ ଶମ୍ଭୁପ୍ରସାଦ ସାହୁ, ଡ଼. ଅଜିତ କୁମାର ମେହେର, ଡ଼. ଲକ୍ଷ୍ମଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଦ୍ଦୁ, ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ ହରପାଲ, ଫରେଷ୍ଟର ବାବୁଲା ଦାସ, ସମୀର ବେହେରା, ବନରକ୍ଷୀ ରାଜକୁମାର ଭୋଇ ସହ କଲେଜ ର ଅନେକ ଛାତ୍ରଛାତ୍ରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l