-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
କଣ୍ଟାମାଳ, : ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ବୈଠକ ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l କ୍ଲୁବର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଚଳିତ ମାସ 26ତାରିଖ ରେ ଜ଼ିଲ୍ଲା ପ୍ରେସ କ୍ଲବ ର ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଲୋଚନା ହୋଇଥିଲା l ଜୁଲାଇ 26ତାରିଖ ରୁ ଅଗଷ୍ଟ 26ତାରିଖ ଏକ ମାସ ଯାଏଁ ଜ଼ିଲ୍ଲlର ବିଭିନ୍ନ ଅଂଚଳ ରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, ରକ୍ତଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ସହ ବିଭିନ୍ନ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଜ଼ିଲ୍ଲା ର ପର୍ଯ୍ୟଟନ ସମ୍ପର୍କରେ ଅବଗତ କରାଇବା ପାଇଁ ଆଲୋଚନା ଚକ୍ର ଓ ସାଧରଣ ଜ୍ଞlନ ପ୍ରତିଯୋଗିତା ମାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା l ସେହିପରି ପ୍ରତିଷ୍ଠା ଦିବସ ସମାରୋହରେ କ୍ଲୁବର ମୁଖପତ୍ର "ଶlକ୍ୟଶ୍ୱର "କେବଳ ଜ଼ିଲ୍ଲାର ପର୍ଯ୍ୟଟନ ସମ୍ପର୍କିତ ଲେଖା ନେଇ ପ୍ରକାଶିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଏଥିପାଇଁ ଜ଼ିଲ୍ଲା ତଥା ରାଜ୍ୟର ଲେଖକ ମାନଙ୍କୁ ଲେଖା ପଠାଇବା ପାଇଁ ଆହ୍ୱାନ କରାଯଇଛି l ଏହି କାର୍ଯ୍ୟକ୍ରମ ଗୁଡିକରେ ରାଜନେତା, ସମାଜସେବୀ ପ୍ରଶାସକ ଓ ବରିଷ୍ଠ ସାମ୍ବାଦିକ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ବୈଠକ ରେ ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଆୟ ବ୍ୟୟ ହିସାବ ଉପସ୍ଥାପନା କରିଥିବାବେଳେ ଉପସଭାପତି ସତ୍ୟ ନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକରେ କ୍ଲୁବର ବିଭିନ୍ନ ଅଂଚଳରୁ ସଦସ୍ୟ ମାନେ ଯୋଗ ଦେଇଥିଲେ l
(କଣ୍ଟାମାଳ ରୁ ଜୟ କୁମାର ମହାରଣା ଙ୍କ ରିପୋର୍ଟ ପ୍ରେରଣା ନିୟୁଜ)