-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ବଲାଙ୍ଗିର,-(ପ୍ରେରଣା ଖବର) ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ହୋଟେଲ ପାର୍କ ଲେଣ୍ଡ ଠାରେ ଭାଗବତ ପ୍ରଚାର ସମିତି(ବୃନ୍ଦାବନ) ବଲାଙ୍ଗିର ଶାଖାl ଆନୁକୂଲ୍ୟରେ ଶ୍ରୀମହନ୍ତ ସଚ୍ଚିଦାନନ୍ଦ ଦାସ ଶାସ୍ତ୍ରୀଜୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଖିଳ ଭାରତୀୟ ଚତୁଃସମ୍ପ୍ରଦାୟ ବୈଷ୍ଣବ ପରିଷଦର ଅଧ୍ୟକ୍ଷ ଭାବରେ ଭାଗବତାଚାର୍ଯ୍ୟ ତଥା ବ୍ୟାକରଣାଚାର୍ଯ୍ୟ ସଚ୍ଚିଦାନନ୍ଦ ମହାରାଜ ପୁନଃ ମନୋନୀତ ହୋଇଥିବା ଉପଲକ୍ଷେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା । ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପର୍ବରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦାନ କରି ମହାରାଜଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ସହ ସମ୍ମାନିତ କରିଥିଲେ । ବିଶେଷତଃ କ୍ଷଣଭଙ୍ଗୁର ଜୀବନରୁ ମୁକ୍ତିଲାଭ ସକାଶେ ସତ୍ସଙ୍ଗର ନିହାତି ଆବଶ୍ୟକତା ଉପରେ ଶ୍ରୀ ଶାସ୍ତ୍ରୀଜୀ ମହାରାଜ ପ୍ରବଚନ ଦେଇଥିଲେ । ଏହି ସମାରୋହରେ ପୂର୍ବତନ ବିଧାୟକ ରମାକାନ୍ତ ସେଠ୍ , ବିଶିଷ୍ଠ ସମାଜସେବୀ ବିକ୍ରମାନନ୍ଦ ବହିଦାର, କୃଷ୍ଣଚନ୍ଦ୍ର ମିଶ୍ର, ପଦ୍ମଚରଣ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ଶଶିକାନ୍ତ ନାଏକ, ହିମାଶୁଂ ଶେଖର ପାଢ଼ୀ, ସୁରେଶ କୁମାର ମୋଟେ ଏବଂ ବହୁ ଭଗବତପ୍ରେମୀ ମାଁ, ଭଉଣୀ ଉପସ୍ଥିତ ଥିଲେ । ଶେଷରେ ଭାଗବତ ପ୍ରଚାର ସମିତି ବୃନ୍ଦାବନର ସମ୍ପାଦକ ଅଶୋକ ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।