-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jul-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଦୃତ ସହରାୟନ ପ୍ରାକୃତିକ ବିପର୍ଯ୍ୟୟର ମୁଖ୍ୟ କାରଣ ସାଜିଛି । ସଚେତନତା ଅଭାବରୁ ଯେଉଁ ପରିମାଣରେ ଗଛ କଟା ଯାଉଛି ସେହି ପରିମାଣରେ ବୃକ୍ଷରୋପଣ କରାଯାଉନାହିଁ । ଫଳରେ ଧିରେ ଧିରେ ପ୍ରାକୃତିକ ବିପର୍ଯ୍ୟୟ ବଢିବା ସହ ବର୍ଷା ର ଅଭାବ ଏବଂ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏଣୁ ବୃକ୍ଷରୋପଣ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଆଗକୁ ଆସିଛନ୍ତି ପ୍ରସିଦ୍ଧ ଦଣ୍ଡ ନୃତ୍ୟ ଶିଳ୍ପୀ ଚୁନି ବଗର୍ତି । ଚୁନି ବଗର୍ତିଙ୍କ ନେତୃତ୍ୱରେ ସୋନପୁର ସହର ନିକଟ କଳାପଥର ପଡିଆରେ ଏବଂ ଝୁପୁଡିପଡା ରାସ୍ତା କଡରେ ଆଜି ୨ଶହ ବହୁ ମୁଲ୍ୟବାନ ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଝୁପୁଡିପଡାର ବୃନ୍ଦାବତି କୁମ୍ଭାର,ଆଶିଷ କୁମ୍ଭାର,ଦେବାଶିଷ କୁମ୍ଭାର,ଦିଲ୍ଲୀପ କୁମାର,ଦୀପା ନାଗ ଏବଂ ପଂଚମୀ ନନ୍ଦଙ୍କ ସମେତ ଝୁପୁଡିପଡାର ୩୦ ଜଣ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଗକୁ ସୋନପୁର ସହରର ଅନ୍ୟ ସ୍ଥ।।ନମାନଙ୍କରେ ମଧ୍ୟ ବୃକ୍ଷରୋପଣ କରାଯିବା ନେଇ ଚୁନି ବଗର୍ତ୍ତି ଙ୍କ ଟିମ୍ ନିଷ୍ପତି ନେଇଛନ୍ତି।