-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ରାଜ୍ୟ

ବିଜେଡିର ପରାଜୟକୁ ନେଇ ନିଜ ସ୍ଵର କୁ ଶାଣିତ କଲେ ପୂର୍ବତନ ବିଧାୟକ, ପାଣ୍ଡିଆନ୍ ଓ ବବି ଙ୍କ ଉପରେ ବର୍ଷିଲେ ପ୍ରଭାତ ରଞ୍ଜନ

03-Jul-2024



ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ସାଧାରଣ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ଆଜି ସିଧାସଳଖ ଭି. କେ. ପାଣ୍ଡିଆନ ଓ ବିଜେଡିର ସଙ୍ଗଠନ ସଂପାଦକ ପ୍ରଣବପ୍ରକାଶ ଦାସ (ବବି)ଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ। ଚୌଦ୍ବାର-କଟକରେ ସୌଭିକ ବିଶ୍ବାଳଙ୍କ ବିଜୟ ପାଇଁ କଟକର ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦ୍‌ବୋଧନ ଦେଇ ପ୍ରଭାତ ଅତ୍ୟନ୍ତ କଡ଼ା ଶବ୍ଦରେ ପାଣ୍ଡିଆନ ଓ ବବିଙ୍କୁ ସମାଲୋଚନା କରିଥିଲେ। ପ୍ରଭାତ କହିଥିଲେ ଯେ ବବି ଓ ତାଙ୍କ ମା’ ନିର୍ବାଚନରେ ହାରିବା ଘଟଣା ହେଉଛି ସେମାନଙ୍କର କର୍ମଫଳ। ପାଣ୍ଡିଆନ ଯେତେବେଳେ ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ଗସ୍ତ କରିବା ଆରମ୍ଭ କଲେ, ସେତେବେଳେ ଲୋକଙ୍କ ଭିତରେ ତାହାକୁ ନେଇ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ସଂପର୍କରେ ସେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ସୂଚାଇବା ସହିତ ତାମିଲ ବିପଦ ସଂପର୍କରେ ବି ଅବଗତ କରିଥିଲେ।
ଦଳ ଆଉ ଦଳର ମୁଖ୍ୟଙ୍କ ପ୍ରତି ରହିଥିବା ଭଲ ପାଇବା ଯୋଗୁଁ ସେ ଅନେକ ସମୟରେ ଦଳର କ୍ଷତି କରୁଥିବା ଲୋକଙ୍କ ସଂପର୍କରେ ସୂଚନା ଦେବାକୁ ଉଦ୍ୟମ କରିଥିଲେ। ଏମିତିକି ୨୦୧୯ ନିର୍ବାଚନ ପରେ ଯେତେବେଳେ ମନ୍ତ୍ରିମଣ୍ଡଳ ଗଠନ ହେଲା, ସେତେବେଳେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମନ୍ତ୍ରୀ କରିବା ପାଇଁ ସେ ଲେଖି କରି ଦେଇଥିଲେ ବି ସେମାନେ ସେହି କାଗଜକୁ ଚିରି ଫିଙ୍ଗି ଦେଇଥିଲେ। ତାଙ୍କ ବିରୋଧରେ ଚୌଦ୍ବାର-କଟକ ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ଉସୁକାଇବା କାମ ସେମାନେ ‌କରି ଆସୁଥିଲେ। କିଏ ଚୋର ଆଉ କିଏ ସାଧୁ, ତାର ସବୁ ପ୍ରମାଣ ତାଙ୍କର ମୋବାଇଲ୍ ଫୋନରେ ଅଛି। ନିଜେ ଚୋରି କରି ତାଙ୍କ ମୁଣ୍ଡରେ ସେମାନେ ଅଠା ବୋଳିବାକୁ ଚେଷ୍ଟା କରିଛନ୍ତି। ପ୍ୟାରୀ ବାବୁଙ୍କୁ ନେଇ ମେ’ ୨୯ ଘଟଣାରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି।
ସେ ସବୁର ଫଳ ଏବେ ସେମାନେ ପାଉଛନ୍ତି। ପ୍ରଭାତ କହିଛନ୍ତି, ସେ ପାଣ୍ଡିଆନଙ୍କୁ କହିଥିଲେ, ନବୀନ ବାବୁଙ୍କ ଆଗରେ ନରହି ପଛରେ ରହିଲେ ଭଲ ବୋଲି। କିନ୍ତୁ ସ୍ଥିତି ଏମିତି ହେଲା ଯେ ପାଣ୍ଡିଆନ ଆଉ ବବିଙ୍କ ଫଟୋ ଥିବା ପୋଷ୍ଟର ମାରିବାକୁ କୁହାଗଲା। ଏହା ଦଳର ବହୁତ ବଡ଼ କ୍ଷତି କଲା ବୋଲି ପ୍ରଭାତ କହିଛନ୍ତି।

କର୍ମୀମାନଙ୍କୁ ଆହ୍ବାନ ଦେଇ ପ୍ରଭାତ କହିଛନ୍ତି ଯେ ଆଗକୁ ପୌର ନିର୍ବାଚନରେ ନିଜ ସ୍ଥିତି ରଖିବାକୁ ହେଲେ ଏବେଠୁ କାମ ଆରମ୍ଭ କରିବାକୁ ପଡିବ। ବିଜେପି ଏବେ ଚୌଦ୍ବାର-କଟକରେ ବିଜେଡିର ପାଖାପାଖି ସ୍ଥିତିରେ ରହିଛି। କିନ୍ତୁ ଦଳକୁ ମଜଭୁତ କରିବା ପାଇଁ କାମ କରିବା ସହିତ ଯାହା ପାଖରେ ଟଙ୍କା ଅଛି ସେ ନିର୍ବାଚନ ଲଢିବାକୁ ଆଗକୁ ଆସନ୍ତୁ ବୋଲି ପ୍ରଭାତ ପରାମର୍ଶ ଦେଇଛନ୍ତି। ଟଙ୍କା ନଥିଲେ ନିର୍ବାଚନ ଲଢି ଜିତିବା ଅସମ୍ଭବ ବୋଲି ପ୍ରଭାତ କହିବା ସହିତ ସେ ଓ ତାଙ୍କ ପୁଅ ଏଯାଏ ନିର୍ବାଚନ ଲଢିବାରେ ୮୮ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି ବୋଲି କହିଛନ୍ତି। କିନ୍ତୁ ସେ ଟଙ୍କା ପାଇଁ ରାଜନୀତି କରୁ ନାହାନ୍ତି କି ଦଳ ଛାଡି ଯିବା ଲୋକ ନୁହନ୍ତି। ତେଣୁ ବିଜେଡିକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତେ ଲୋକଙ୍କ ପାଇଁ କାମ କରନ୍ତୁ, ଲୋକଙ୍କ ପାଖରେ ପହଞ୍ଚନ୍ତୁ ଏବଂ ପରିଶ୍ରମ କରନ୍ତୁ ବୋଲି ପ୍ରଭାତ ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯେଉଁ ୱାର୍ଡରେ ବିଜେଡି ଅଧିକ ଭୋଟ ବ୍ୟବଧାନ ପାଇବାରେ ସଫଳ ହୋଇଛି, ସେହି ୱାର୍ଡର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ବାଳ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଶିବେନ୍ଦ୍ର ହାତୀ, ମହେନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ୱାର୍ଡର କର୍ମକର୍ତ୍ତା, କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like