-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
03-Jul-2024
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଏନଏଚ ୫୯ ହଳଦୀ ଟିଟିଲାଗଡ଼ ରାସ୍ତା, ପତ୍ରାପାଲି ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଆଜି ସକାଳେ ସ୍ଵାମୀ ସ୍ତ୍ରୀ ଚାଷ କରିବା ପାଇଁ ବଳଦ ଧରି ରାସ୍ତାରେ ଯାଉଥିଲେ l ଏହି ସମୟରେ ସମାନ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଚାରି ଚକିଆ ଯାନ ଏମାନକୁ ଧକ୍କା ଦେଇଥିଲା l ଅଜଣା ଗାଡ଼ି ଧକ୍କାରେ ଧାନ ବୁଣିବାକୁ ଯାଉଥିବା ଏହି ଦମ୍ପତ୍ତି ଗମ୍ଭୀର ରଣା (୬୪) ଓ ତାଙ୍କ ସ୍ତ୍ରୀ ଭୂମିସୁତା ରଣା (୬୦) ଙ୍କ ସହ ବଳଦର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି l ଦୁର୍ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣା ସ୍ଥଳରୁ ଗାଡି ଫେରାର ହୋଇଯାଇଛି । ପୋଲିସ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ପାରି ନାହିଁ l