-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
02-Jul-2024
ବଲାଙ୍ଗିର(ଦେବାଶିଷ ବହିଦାର): ସୂଚନା ଓ ଲୋକସମ୍ପର୍କ ବିଭାଗ (ସମ୍ବଲପୁର) ଉପ-ନିର୍ଦ୍ଦେଶକ କଲ୍ୟାଣୀ ଦାଶ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଛନ୍ତି । ଏଥି ସହିତ ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କର୍ମଚାରୀ ମାନଙ୍କ ସହ ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ଆଦେଶ ଦେଇଥିଲେ।
ଉପନିର୍ଦ୍ଦେଶକ କଲ୍ୟାଣୀ ଦାଶ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଙ୍କ ସହିତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଥିଲା I କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ଶ୍ରୀମତୀ ଦାଶ ଖୁସି ପ୍ରକାଶ କରିଥିଲେ ଏବଂ ଆହୁରି ଉନ୍ନତ ପ୍ରଣାଳୀରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ନିରୀକ୍ଷଣ କାର୍ଯ୍ୟ ସମୟରେ ଟିଟିଲାଗଡ଼ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରାଜେନ୍ଦ୍ର ମାଝୀ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ I