-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ରାଜ୍ୟ

ଅତିଥି ଅଧ୍ୟାପକରେ ଚାଲିଛି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ସମସ୍ୟାର ସମାଧାନ କେବେ ?

01-Jul-2024



ବାଲାଙ୍ଗୀର(ପ୍ରେରଣା ଖବର ): ରାଜେନ୍ଦ୍ର ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେଲା । ଗତ ୨୦୨୦ ମସିହା ସେପଟେମ୍ବର ୧ ତାରିଖରୁ ୟୁଜିସିରୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଲା । କିନ୍ତୁ ଦୁଃଖର ବିଷୟ ଯେ,ଗତ ୪ବର୍ଷ ହେଲା କେବଳ ଅତିଥି ଅଧ୍ୟାପକରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି । ଲୋକଙ୍କର ଆଶାଥିଲା ବିଶ୍ୱବିଦ୍ୟାଳୟ ହେଲାପରେ ଏଠିକାର ଛାତ୍ରଛାତ୍ରୀ ଉନ୍ନତଶିକ୍ଷା ପାଇବା ସହ ଗବେଷଣା ପାଇଁ ସୁଯୋଗ ପାଇବେ । କିନ୍ତୁ ପରିତାପର ବିଷୟ ଯେ, ପ୍ରଧ୍ୟାପକ ନଥାଇ କେବଳ ରାଜେନ୍ଦ୍ର ମହାବିଦ୍ୟାଳୟରେ ଥିବା କିଛି ଅଧ୍ୟାପକ ଓ କର୍ମଚାରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ପରିଚାଳିତ ହେଉଛି । ଏହାକୁ ନେଇ ବଲାଙ୍ଗୀରରେ ଛାତ୍ରଛାତ୍ରୀ, ଅଭିଭାବକ ତଥା ଜନସାଧାରଣରେ ଜନଅସନ୍ତୋଷ ପ୍ରକାଶ ପାଉଛି । 
  ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସରକାର ୧୮ଟି ପ୍ରଫେସର,୩୬ଟି ଅସୋସିଏଟ ପ୍ରଫେସର ଓ ୭୨ଟି ଅସିଷ୍ଟାଣ୍ଟ ପ୍ରଫେସର ଏଭଳି ୧୨୬ଟି ପଦବୀକୁ ସ୍ୱିକୃତୀ ଦେଇଛନ୍ତି । କିନ୍ତୁ ଏବେ ସୁଦ୍ଧା କୁଳପତି ଓ ଜଣେ ରେଜିଷ୍ଟାର ନିଯୁକ୍ତ ହୋଇଥିବା ବେଳେ ୧୮ଟି ପ୍ରଫେସର ପଦବୀରେ ଜଣେ ମଧ୍ୟ କେହି ନିଯୁକ୍ତି ହୋଇନାହାଁନ୍ତି ।  ୩୬ଟି ଅସୋସିଏଟ ପ୍ରଫେସର ପଦବୀରୁ ମାତ୍ର ୨ଜଣ ଓ ୭୨ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମଧ୍ୟରୁ ୧୮ଜଣ ନିଯୁକ୍ତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟ ଘୋଷଣା ହେବାର ୪ବର୍ଷ ଭିତରେ କେବଳ ୨୦ଜଣ ଟିଚିଂଷ୍ଟାଫ ଯୋଗଦେଇଛନ୍ତି । ତେବେ ରାଜେନ୍ଦ୍ର ମହାବିଦ୍ୟାଳୟର ୧୮ଜଣ ଅଧ୍ୟାପକ ଓ ୩୭ଜଣ ଅତିଥି ଅଧ୍ୟାପକଙ୍କୁ ନେଇ ଏହି ବିଶ୍ୱବିଦ୍ୟାଳୟ ପରିଚାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ଜଣେ ମଧ୍ୟ ନନଟିଚିଂ ଷ୍ଟାଫ ନିଯୁକ୍ତି ହୋଇ ନାହାଁନ୍ତି । ଫଳରେ ବିଶ୍ୱବିଦ୍ୟାଳୟ ପରିଚାଳନାରେ ସମସ୍ୟା ହେଉଛି । ଗତ ୨୦୧୯ ମସିହାରେ ରାଜେନ୍ଦ୍ର ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ପ୍ଲାଟିନମ ଜୁବୁଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର ମହାବିଦ୍ୟାଳୟକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରି ଏଜୁକେସନ ଏକ୍ସେନ୍ସ ସେଣ୍ଟର କରାଯିବ ବୋଲି ଘୋଷଣା କରିଥିଲେ । ଏହା ବାଦ ୫୦କୋଟି ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ । ସେଥିରୁ ମାତ୍ର ୨୫କୋଟି ଟଙ୍କା ଆସି ବିଶ୍ୱବିଦ୍ୟାଳୟ ପାଇଁ ପ୍ରଶାସନିକ ବିଲଡିଂକାମ ସରିଯାଇଛି । ୧୪କୋଟି ଟଙ୍କାର ଏକ ଅଡିଟୋରିୟମ ମଧ୍ୟ ନିର୍ମାଣ ଚାଲିଛି । ଆହୁରି ବିଡମ୍ବନାର ବିଷୟ ଯେ,୧୯୪୪ ମସିହାରୁ ମହାରାଜା ରାଜେନ୍ଦ୍ର ମହାବିଦ୍ୟାଳୟ ସ୍ଥାପନ କଲାଦିନରୁ ଆଜି ପର୍ଯ୍ୟନ୍ତ ରାଜେନ୍ଦ୍ର କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ଜମିସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଆଜି ଏହି ଅନୁଷ୍ଠାନର ୮୦ବର୍ଷ ପୂର୍ତ୍ତି ହେଲାଣି କିନ୍ତୁ ଜମିସମସ୍ୟା ସମାଧାନ ହୋଇପାରୁନି । ମହାରାଜା ଏହି ଅନୁଷ୍ଠାନ ପାଇଁ ରିଜର୍ଭ ରଖି ଦାନଦେଇଥିବା ୨୪୮ ଏକର ଜମିରୁ ଏବେ ସରକାର ଦେଇଛନ୍ତି ମାତ୍ର ୬୧ ଏକର ଜମି । ବିଶ୍ୱବିଦ୍ୟାଳୟରେ ଜମିସମସ୍ୟା ସାଙ୍ଗକୁ ଅଧ୍ୟାପକ/କର୍ମଚାରୀ ସମସ୍ୟା ଲାଗିରହିଥିବାରୁ ଛାତ୍ରଛାତ୍ରୀଙ୍କ ଉଚ୍ଚତର ଗବେଷଣା ସ୍ୱପ୍ନ ଫେଲ ମାରୁଛି । ଏବେ ରାଜ୍ୟରେ ସରକାର ବଦଳି ଡବଲ ଇଞ୍ଜିନ ସରକାର ଚାଲିଛି । ତେଣୁ ରାଜ୍ୟସରକାର ସ୍ୱତନ୍ତ୍ର ଧ୍ୟାନଦେଇ ଏହି ଅନୁଷ୍ଠାନର ସମସ୍ୟା ଗୁଡିକୁ ସମାଧାନ କରାଇ ଏକ ଉନ୍ନତ ଶିକ୍ଷାନୁଷ୍ଠାନରେ ପରିଣତ କରିବେ ବୋଲି ବଲାଙ୍ଗୀରବାସୀ ଆଶା ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like